www.samajalive.in
Monday, December 15, 2025
16.1 C
Bhubaneswar

ପରୀକ୍ଷା ଫି ଛାଡ ପ୍ରସଙ୍ଗ, ମାହାଙ୍ଗା ମହିଳା ମହାବିଦ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ଫର୍ମ ପୂରଣ ଦେୟ ସମ୍ପୂର୍ଣ୍ଣ ଛାଡ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ +୩ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଦେୟ ଛାଡ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପକ୍ଷରୁ ଫି ଛାଡ କରିବା ଦାବି ନେଇ ରାଜ୍ୟରେ ଥିବା ମହିଳା ମହାବିଦ୍ୟାଳୟଗୁଡିକରେ ଅସନ୍ତୋଷ ଦେଖା ଦେଇଛି। ଆଜି ଏ ନେଇ କଟକ ଜିଲ୍ଲା ଅନ୍ତର୍ଗତ ପଲ୍ଲୀସାହି ସ୍ଥିତ ମାହାଙ୍ଗା ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ସ୍ଥାନୀୟ ମୁଖ୍ୟ ରାସ୍ତା ଅବରୋଧ କରିବା ସହ କଲେଜ ଗେଟରେ ତାଲା ପକାଇ ଦେଇଥିଲେ। କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ଷଡ଼ଙ୍ଗୀ ବିକ୍ଷୋଭରତ ଛାତ୍ରୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଛାତ୍ରୀମାନେ ସେମାନଙ୍କ ଜିଦରେ ଅଟଳ ରହିଥିଲେ।

- Advertisement -

ଏ ନେଇ ଛାତ୍ରୀମାନେ କହିଛନ୍ତି ଯେ ରାଜ୍ୟ ସରକାର ମାଟ୍ରିକ ଫର୍ମ ପୂରଣ ଦେୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଫର୍ମ ପୂରଣ ଦେୟ ଛାଡ କରିଥିବା ବେଳେ କରୋନା ସଙ୍କଟ ସମୟରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହା ଛାଡ ନ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସରକାର ରାଜ୍ୟରେ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା କହୁଥିବା ବେଳେ ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ବାଳିକା ଶିକ୍ଷାକୁ ନିରୁତ୍ସାହିତ କରିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ଗତ ଜାନୁଆରୀ ୧୩, ଚିଠି ସଂଖ୍ୟା ୩୦୯(୨)ରେ ଫର୍ମ ପୂରଣ ଦେୟ ଛାଡ ବିଷୟ ଘୋଷଣା କରିଥିଲା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହାର ଜାନୁଆରୀ ୨୮, ଚିଠି ସଂଖ୍ୟା ୩୯ରେ ଫର୍ମ ପୂରଣ ଦେୟ ଆଦାୟ ନେଇ ନିର୍ଦ୍ଦେଶ ଦେଇଛି। ତୁରନ୍ତ ପରୀକ୍ଷା ଫି ଛାଡ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ସମ୍ପୃକ୍ତ କଲେଜର ଛାତ୍ରୀମାନେ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories