www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ବିଜେଡି ରାଜ୍ୟ ସଙ୍ଗଠନ ସମ୍ପାଦକ ନାଁରେ ଏତଲା 

ନବରଙ୍ଗପୁର : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା ଓ ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସଙ୍କର ନାମରେ ନବରଙ୍ଗପୁର ବିଜେପି ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ଗତ ମଙ୍ଗଳବାର ରାତ୍ରରେ ନିୟନ୍ତ୍ରୀତ ବଜାର କମିଟି କାର୍ଯ୍ୟାଳୟ ନିକଟରେ କୃଷକ ମାନେବିଭିନ୍ନ ମଣ୍ଡିରେ ଦୁର୍ନୀତି, ଅବ୍ୟବସ୍ଥା ଓ ଚାଷୀଙ୍କର ଧାନ କ୍ରୟ ହୋଇପାରୁନଥିବାରୁ ଆନ୍ଦୋଳନ କରୁଥିବା ସମୟରେ ବିଜେପି ରାଜ୍ୟ  ଉପସଭାପତି ବଳଭଦ୍ର ମାଝୀ, ନିଜେ ଗୈାରୀଶଙ୍କର ମାଝୀ ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ସମର୍ଥନ ଜଣାଇ ଆଲୋଚନା କରୁଥିବାବେଳେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାଶବର୍ମା ଓ ଯାଜପୁର ବିଧାୟକ ଶ୍ରୀଦାସଙ୍କର ନେତୃତ୍ୱରେ ପ୍ରାୟ ୨୦୦ ରୁ ଅଧିକ ବିଜେଡି କର୍ମୀ ଆନ୍ଦୋଳନସ୍ଥଳକୁ ଆସି ବିଜେଡି ଜିନ୍ଦାବାଦ ଓ ନବୀନ ପଟ୍ଟନାୟକ  ଜିନ୍ଦାବାଦ କରି ଉତ୍ତେଜନା ପରିସ୍ଥିତ ସୃଷ୍ଟି କରିବା ସହ ଆଦିବାସୀ ସଂପୟଦାୟର ବ୍ୟକ୍ତି ଜାଣିସୁଦ୍ଧା ଶ୍ରୀ ଦାଶ ବର୍ମା ଓ ବିଧାୟକ ଶ୍ରୀ ଦାସ ଠେଲାପେଲା କରିବା ସହ ଗାଳି ଗୁଲଜ କରିଥିଲେ। ଏହାପରେ  ଆନ୍ଦୋଳନରତ ମହିଳା ଓ ଆଦିବାସୀ ଏବଂ ଅନ୍ୟାନ୍ୟ ଚାଷୀ ମାନଙ୍କୁ ଠେଲି ଜୋର ଅସଦାଚରଣ କରି ଜବରଦସ୍ତ ଭିତରକୁ ପଶି କାର୍ଯ୍ୟାଳୟରେ ନୂତନ କୃଷକ ସୂଚନା କେନ୍ଦ୍ର ଉଦ୍‍ଘାଟନ କରି ପଛ ଦ୍ୱାର ଦେଇ ଚାଲି ଯାଇଥିଲେ। ତେଣୁ ତାଙ୍କର ପ୍ରତି ହୋଇଥିବା ଦୁର୍ବ୍ୟବହାର ଓ ଧକିଆ ମାରିବା ଘଟଣା ନିନ୍ଦନୀୟ ଓ ଲଜ୍ଜିତ କାର୍ଯ୍ୟ। ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ  କରିବା ସହ ଦୋଷୀଙ୍କୁ  ତୁରନ୍ତ ଗିରଫ କରିବାକୁ ଅନୁରୋଧ କରିଛନ୍ତି। ତାଙ୍କୁ ସୁରକ୍ଷା ପ୍ରଦାନ ସହ ଆଦିବାସୀଙ୍କର ପ୍ରତି ହୋଇଥିବା ଅପମାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଉଲ୍ଲେଖ କରାଯାଇଛି। ଥାନା ଅଧିକାରୀ ତାରିକ ଅହମ୍ମଦ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ଅପରପକ୍ଷରେ ସରକାରୀ କାର୍ଯ୍ୟରେ ବ୍ୟାଘାତ କରାଯାଇଥିବା ଅଭିଯୋଗ କରି ଆରଏମସି ସମ୍ପାଦକ ମଧ୍ୟ ବିଜେପି ନେତାଙ୍କର ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡିଛି। ତେବେ ଏହାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି ।

 

- Advertisement -

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories