www.samajalive.in
Sunday, December 14, 2025
19.1 C
Bhubaneswar

ପୀଡ଼ିତାଙ୍କୁ ମିଳିଥିବା କ୍ଷତିପୂରଣ ଅର୍ଥ ସୁଧାର ଗୃହ ଅଧ୍ୟକ୍ଷା ନ ଫେରାଇବାରୁ ଥାନାରେ ଅଭିଯୋଗ

ବୌଦ୍ଧ : ସରକାର ଅବହେଳିତ ମହିଳା, ଦୁଷ୍କର୍ମ ପୀଡ଼ିତାଙ୍କୁ ବିଭିନ୍ନ ଯୋଜନାରେ ଅର୍ଥ ଦେବା ସହ ସେମାନଙ୍କ ରହିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ଆସୁଛନ୍ତି। କିନ୍ତୁ ସରକାରଙ୍କ ଯୋଜନା ଠିକ ଭାବେ ଏମାନଙ୍କ ପାଖରେ ପହଞ୍ଚିପାରୁନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲା ବୁଟୁପାଲିସ୍ଥିତ ସୁଧାର ଗୃହରେ। ବୌଦ୍ଧ ସହରର ବୁଟୁପାଲି ସ୍ଥିତ ସୁଧାର ଗୃହରେ ଏକ ସ୍ୱେଛାସେବୀ ସଂସ୍ଥା ପକ୍ଷରୁ ଅବହେଳିତ, ଦୁଷ୍କର୍ମ ପୀଡ଼ିତାଙ୍କୁ ସରକାରୀ ଯୋଜନାରେ ରହିବା ସହ ଖାଇବା ପିଇବା ଦେବାର ବ୍ୟବସ୍ଥା ରହିଛି। ପ୍ରଶାସନ ପକ୍ଷରୁ କୌଣସି ପୀଡିତାଙ୍କୁ ଉଦ୍ଧାର କରାଗଲେ ଥଇଥାନ କରାଯିବା ପର୍ଯ୍ୟନ୍ତ ଏହି ସୁଧାର ଗୃହରେ ରଖାଯାଇଥାଏ। କିନ୍ତୁ ସୁଧାର ଗୃହର ଅଧ୍ୟକ୍ଷା ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ସରକାରଙ୍କ ପକ୍ଷରୁ ମିଳିଥିବା ଅର୍ଥ ବ୍ୟକ୍ତିଗତ କାମରେ ନେଇଯାଇ ଆଉ ଫେରାଉନଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ବୌଦ୍ଧ ଜିଲା ଲୋକପଡା ଗ୍ରାମର ସୁମିତ୍ରା ମାଝୀ ଜଣେ ସ୍ୱାମୀ ପରିତ୍ୟକ୍ତା ଓ ଆଦିବାସୀ ମହିଳା ଅଟନ୍ତି। ତାଙ୍କୁ ଦୁଷ୍କର୍ମ ହେବା ପରେ ସ୍ୱାମୀ ଓ ପରିବାର ଲୋକ ଗ୍ରହଣ ନ କରିବାରୁ ସରକାରଙ୍କ ନିୟମ ଅନୁଯାୟୀ ନାରାୟଣପୁରଠାରେ ଥିବା ସୁଧାର ଗୃହରେ ଗତ ୭.୭.୨୦୧୮ ମସିହା ଠାରୁ ରହିଆସୁଥିଲେ। ସେ ଜଣେ ଦୁଷ୍କର୍ମ ପିଡିତା ଓ ଆଦିବାସୀ ମହିଳା ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ୩ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦକୁ ପାଇଥିଲେ। ଉକ୍ତ ଟଙ୍କାକୁ ସୁଧାର ଗୃହର ଅଧ୍ୟକ୍ଷା ଓ କାଉନସିଲରଙ୍କ ଜରିଆରେ ବୌଦ୍ଧ ସ୍ଥିତ କାନାରା ବ୍ୟାଙ୍କରେ ଏକାଉଣ୍ଟ୍‍ ଖୋଲି ଡିପୋଜିଟ କରିଥିଲେ। ବ୍ୟାଙ୍କରେ ଟଙ୍କା ଡିପୋଜିଟ ପରେ ବ୍ୟାଙ୍କ ପକ୍ଷରୁ ଗତ ୨୫. ୧୦ .୨୦୧୮ ଏଟିଏମ କାର୍ଡ ମଧ୍ୟ ପ୍ରଦାନ କରାଯାଇଥିଲା। ଏନେଇ ପିଡିତା ନିଜର ସଞ୍ଚୟ ଖାତା ଓ ଏଟିଏମ ସ୍ୱଧାର ଗୃହ କର୍ତ୍ତୃପକ୍ଷଙ୍କୁ ମାଗିବାରୁ ଏଠାରୁ ଯେବେ ଯିବୁ ତୋତେ ଦିଆଯିବ ବୋଲି ସରକାରଙ୍କ ନିୟମ ରହିଥିବାନେଇ କହିଆସୁଥିଲେ। କିନ୍ତୁ ସୁଧାର ଗୃହର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ନିଜର ବ୍ୟାଙ୍କ ପାଶବୁକ ବହି ଓ ଏଟିଏମ କାର୍ଡ ମାଗିବାରୁ କୁଆଡେ ସ୍ୱଧାର ଗୃହର ଅଧ୍ୟକ୍ଷା ଓ କାଉନସିଲର ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ପିଡିତା ଅଭିଯୋଗ କରିବା ସହ ଉକ୍ତ ଟଙ୍କାକୁ ବିଭିନ୍ନ ସମୟରେ ଉଠାଇ ନେଇଥିବା ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସୁଧାର ଗୃହର ଅଧିକ୍ଷକ ନିର୍ମଳା ଜେନାଙ୍କୁ ପଚାରିବାରୁ ଉକ୍ତ ଟଙ୍କା ହଡପ କରାଯାଇନାହିଁ ପିଡିତାଙ୍କ ବିବାହ ସମୟରେ ପ୍ରଦାନ କରାଯିବ ବୋଲି କୁହାଯାଇଥିବା ପ୍ରକାଶ କରିଥିଲେ। ତେବେ ପିଡିତା ନିଜ ଭଉଣୀ ଘରକୁ କିଛିଦିନ ଯିବାକୁ କହି ସ୍ୱଧାର ଗୃହରୁ ଯାଇଥିବାବେଳେ ଆଉ ଫେରିନଥିବା ଜଣାଯାଇଛି। ଫୋନ ଯୋଗେ ପିଡିତା ଅସୁବିଧା ଅଛି କହି ଦୁଇଥର ଅଧ୍ୟକ୍ଷାଙ୍କ ନିକଟରୁ ୪୦ ହଜାର ଟଙ୍କା ନେଇଥିବା ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି। ପିଡିତାଙ୍କୁ ମିଳିଥିବା କ୍ଷତିପୂରଣ ଅର୍ଥରୁ ସେ ୧ ଲକ୍ଷ ଟଙ୍କା ନେଇ ଖର୍ଚ୍ଚ କରିସାରିଥିବାବେଳେ ବଳକା ଟଙ୍କା ତାଙ୍କର ବିବାହ ସମୟରେ ପ୍ରଦାନ କରିବାକୁ କୁହାଯାଇଥିଲା। କିନ୍ତୁ ପିଡିତାଙ୍କ ପକ୍ଷରୁ ତାଙ୍କ ଟଙ୍କା ହଡପ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ପକ୍ଷରୁ ସ୍ୱଧାରଗୃହ ଅଧ୍ୟକ୍ଷାଙ୍କୁ ଡାକି ପଚରା ଉଚୁରା କରାଯାଇଥିଲା। ସେ ପିଡିତାଙ୍କ ବଳକା ଟଙ୍କା ତାଙ୍କ ପାଖରେ ଅଛି କିଛି ସମୟ ଦେଲେ ଉକ୍ତ ଟଙ୍କାକୁ ସେ ଫେରାଇଦେବାକୁ ପୋଲିସ ଆଗରେ ସ୍ୱିକାର କରିଥିଲେ। ତେବେ ଅଭିଯୋଗକାରିଣୀ ପିଡିତାଙ୍କୁ ତାଙ୍କର ଅଭିଭାବକଙ୍କୁ ସାଙ୍ଗରେ ନେଇ ଆସିବାକୁ ପୋଲିସ ପକ୍ଷରୁ କୁହାଯାଇଥିବା ଜଣାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories