www.samajalive.in
Sunday, December 14, 2025
17.1 C
Bhubaneswar

ଜୋତା ନ ମିଳିବାରୁ ଅଙ୍ଗନବାଡି କର୍ମୀଙ୍କୁ ଆକ୍ରମଣ, କର୍ମୀ ଗୁରୁତର

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପଞ୍ଚାୟତ ଶାମୁକା ପାଟଣା ଗ୍ରାମର ଅଙ୍ଗବାଡି କେନ୍ଦ୍ର-୧ର କର୍ମୀଙ୍କୁ ଅଭିଭାବକ ଠେଲି ଦେବାରୁ କର୍ମୀ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାର ଜଣାପଡିଛି । ସୂଚନାରୁ ପ୍ରକାଶ ଯେ ଶାମୁକାପାଟଣା ଗ୍ରାମର କେନ୍ଦ୍ର -୧ ର କର୍ମୀ ସୁକାନ୍ତି ମହାରଣା(୫୦) ଆଜି ସକାଳେ ପିଲାମାନଙ୍କୁ ଖାଇବାକୁ ଦେଉଥିବା ବେଳେ ଉକ୍ତ ଗ୍ରାମର ଦୁର୍ୟୋଧନ ସ୍ବାଇଁଙ୍କ ପତ୍ନୀ ସୁନିତା ପ୍ରଧାନ ତାଙ୍କ ପିଲାଙ୍କୁ ଜୋତା ନ ମିଳିବାର କାରଣ ସମ୍ପର୍କରେ ଯୁକ୍ତିତର୍କ କରିଥିଲେ । ଶ୍ରୀମତୀ ମହାରଣା ତାଙ୍କୁ ବୁଝାସୁଝା କରୁଥିବା ସମୟରେ ଶ୍ରୀମତୀ ପ୍ରଧାନ ଅତର୍କିତ ଭାବରେ ଅଙ୍ଗନବାଡି କର୍ମୀଙ୍କ ଆକ୍ରମଣ କରି ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲେ । ଏଥିରୁ ତାଙ୍କୁ ନିବୃତ କରୁଥିବା ସମୟରେ ତାଙ୍କୁ ଏକ ଶକ୍ତ ଧକ୍କା ମାରିଥିଲେ । ଶ୍ରୀମତୀ ମହାରଣା ଭାରସାମ୍ୟ ରକ୍ଷା କରି ନପାରି କାନ୍ଥରେ ପିଟି ହୋଇ ଭୂମିରେ ପଡି ଚେତାଶୂନ୍ୟ ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେ ଏବେ ସେଠାରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ଧଳାପଥର ଫାଣ୍ଡି ଅଧିକାରୀ ଶରତ କୁମାର ବେହେରାଙ୍କୁ ପଚାରିବାରେ ଏ ପର୍ୟ୍ୟନ୍ତ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଅବଗତ ଅଛନ୍ତି ବୋଲି ପ୍ରକାଶ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories