www.samajalive.in
Tuesday, December 9, 2025
26.1 C
Bhubaneswar

ସ୍କୁଲ ଓ କଲେଜମାନଙ୍କରେ ଏଫ୍‍.ଆର୍‍.ପି କାର୍ଯ୍ୟକ୍ରମ

ଫୁଲବାଣୀ : ଜିଗିତ୍ସା ହେଲଥ୍‍ କେୟାର ସଂସ୍ଥା ପକ୍ଷରୁ ଜିଲାର ବିଭିନ୍ନ ସ୍କୁଲ ଓ କଲେଜ ମାନଙ୍କରେ ଏଫ୍‍.ଆର୍‍.ପି(ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ) ଆରମ୍ଭ ହୋଇଛି। ଏଥିରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କୁ ଜରୁରି ସମୟରେ କିଭଳି ଭାବେ ଆଶୁ ଚିକିତ୍ସା କରାଯାଇ ପାରିବ ସେ ନେଇ ସଚେତନ କରାଯାଉଛି। ସାଧାରଣ ଜନତା ଯେଭଳି ଭାବେ ଯେ କୌଣସି ଘଟଣା, ଦୁର୍ଘଟଣା ହେଲେ ତାହାର ଆଶୁ ଚିକିତ୍ସା କରିପାରିବେ ସେନେଇ ମଧ୍ୟ ସଚେତନ କରାଯାଉଛି। ଜିଲା ପରିଚାଳକ ସୁନିଲ୍‍ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲାରେ କାର୍ଯ୍ୟରତ ୧୦୨ ଓ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନେ ଏହି ତାଲିମ୍‍ ପ୍ରଦାନ କରୁଛନ୍ତି। ଇତି ମଧ୍ୟରେ ଜିଲାର ଫୁଲବାଣୀ, ରାଇକିଆ, ଚକାପାଦ, ଶଙ୍କରାଖୋଲ ଭଳି ବିିଭିନ୍ନ ସ୍କୁଲ ଓ କଲେଜରେ ଏହି ସଚେତନ କାର୍ଯ୍ୟକ୍ରମ କରାଯିବା ସହିତ ଟ୍ରାଫିକ୍‍ ଉପରେ ମଧ୍ୟ ସଚେତନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଯାଉଛି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories