www.samajalive.in
Monday, December 15, 2025
16.1 C
Bhubaneswar

ନିଶାମୁକ୍ତ ଓଡିଶା ଗଠନ ପାଇଁ ୬୨ବର୍ଷୀୟ ଅଭିରାମଙ୍କ ଦିଲ୍ଲୀ ପଦଯାତ୍ରା

ହରଭଙ୍ଗା: ନିଶାମୁକ୍ତ ଓଡିଶା ଗଠନ ପାଇଁ ୬୨ବର୍ଷ ବୟସରେ ଅଭିରାମଙ୍କ ଦିଲ୍ଲୀ ପଦଯାତ୍ରା ବାସ୍ତବିକ ଯୁବ ସମାଜ ପାଇଁ ଏକ ପ୍ରେରଣା। ଅବସରକାଳୀନ ବୟସରେ ଲୋକେ ଘରେ ବସି ନାତୀ, ନାତୁଣି ପିଲାଛୁଆଙ୍କ ସହିତ ବାର୍ଦ୍ଧକ୍ୟ ସମୟ ଅତିବାହିତ କରୁଥିବା ବେଳେ ଅଭିରାମଙ୍କ ଦୁଃସାହାସିକ ପଦଯାତ୍ରା ସମାଜ ପାଇଁ ଶୁଭବାର୍ତ୍ତା ପ୍ରେରଣ କରୁଛି।
ପ୍ରକାଶ ଯେ ଝାରସୁଗୁଡା ଜିଲା ଦୁଲାଗାଁ ଗ୍ରାମର ୬୨ ବର୍ଷୀୟ ଅଭିରାମ ନିଶାମୁକ୍ତ ଓଡିଶା ଗଠନ ପାଇଁ ବିରସୁରେନ୍ଦ୍ରସାଏ ବିମାନବନ୍ଦର ଝାରସୁଗୁଡାରୁ ଗତ ୬ଜାନୁାୟରୀ୨୧ ସକାଳ ୭ଘଂଟିକାରେ ପଦଯାତ୍ରା ଶୁଭାରମ୍ଭ କରିଥିଲେ। ଏହାର ୧୭ଦିନପରେ ଅର୍ଥାତ୍ ଜାନୁୟାରୀ୨୨ ତାରିଖରେ ପୁରୀରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ଗତ ୨୪ଜାନୁୟାରୀ ସକାଳ ୧୧ଟାରେ ପୁରୀରୁ ଦିଲ୍ଲୀ ଅଭିମୁଖେ ସେ ପଦଯାତ୍ରାରେ ବାହାରି ଦୀର୍ଘ ୭୪୮କିଲୋମିଟର ରାସ୍ତା ଅତିକ୍ରମ କରି ସୋମବାର ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା ଚାରିଛକରେ ପହଞ୍ଚିଥିଲେ। ସେଠାରେ ପୁରୁଣାକଟକ ପୁଲିସ ପ୍ରଶାସନ ସହଯୋଗରେ ତାଙ୍କୁ ପୁରୁଣାକଟକ ପୂର୍ତବିଭାଗ ଡାକବଙ୍ଗଳାରେ ରାତ୍ରୀଯାପନ ପାଇଁ ବ୍ୟବସ୍ଥା କରାଯାଇଥିଲା।

ଆଜି ପୁରୁଣାକଟକରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ ବୌଦ୍ଧ ପଦଯାତ୍ରା ସମୟରେ ସ୍ଥାନୀୟ ବଜାରର କିଛି ସଚେତନ ନାଗରିକ ଏବଂ କର୍ମକର୍ତ୍ତା ସହିତ ଯାତ୍ରାର ଲକ୍ଷ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ।ନିଶାମୁକ୍ତ ଓଡିଶା ଗଠନ ଲକ୍ଷ୍ୟରେ ଅଭିରାମଙ୍କ ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ନିଶାସେବନ ପ୍ରତ୍ୟାହାର ,ଶାରୀରିକ ବ୍ୟାୟାକ କରି ନିଜେ ସୁସ୍ଥ ରହିବା ସହିତ ନିଶାମୁକ୍ତ ଓଡିଶା ଗଠନରେ ସମସ୍ତେ ଭାଗିଦାରୀ ହୋଇ ଏକ ସୁସ୍ଥ ଓଡିଶା ଗଠନରେ ସହଯୋଗ କରିବା ତାଙ୍କ ଦିଲ୍ଲୀ ପଦଯାତ୍ରାର ମୂଳ ଲକ୍ଷ୍ୟ ବୋଲି କହିଥିଲେ।ଦିଲ୍ଲୀ ପଂହଚିବା ପାଇଁ ତାଙ୍କୁ ୨୩୧୧କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଥିବାବେଳେ ଆହୁରି ୧୫୬୩ କିଲୋମିଟର ଅତିକ୍ରମ କରିବାର ବାକିରହିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories