www.samajalive.in
Sunday, December 14, 2025
14.1 C
Bhubaneswar

ଏନ୍ଏଲ୍‌ସି ବାହ୍ୟ ନିଯୁକ୍ତିକୁ ନେଇ କୋଇଲା ଖଣିରେ ଆନ୍ଦୋଳନ

ରେଙ୍ଗାଲି: ଖିଣ୍ଡା ସ୍ଥିତ ଏନଏଲସି କମ୍ପାନୀର ତଲାବିରା (୨)ଏବଂ (୩) କୋଇଲା ଖଣିରେ ଆଜି ବାହାର ଅଞ୍ଚଳର ୧୦ ଜଣଙ୍କୁ ନିଯୁକ୍ତି ଦିଆଯିବାକୁ ବିରୋଧ କରି ଆଜି ସୁରେନ୍ଦ୍ର ଶ୍ରମିକ ସଂଘ ଏବଂ ଗ୍ରାମବାସୀ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ନୂତନ ନିଯୁକ୍ତ ବାହ୍ୟ ଲୋକଙ୍କୁ ସିଟିଆର୍ ରୋଡ୍‌ରେ ଅଟକ ରଖି ଆନ୍ଦୋଳନ କରିଥିଲେ। ଜମିହରା, ବିସ୍ଥାପିତ ଏବଂ ପ୍ରଭାବିତ ପରିବାରର ବେକାର ଯୁବକ ମାନଙ୍କୁ ନିଯୁକ୍ତି ନ ଦେଇ ବାହ୍ୟ ନିଯୁକ୍ତି ଦିଆଯିବା ନୀତି ବନ୍ଦ ହେଉ ବୋଲି ଦାବି କରିଥିଲେ।

 

- Advertisement -

ଏନ୍ଏଲସି ର ଜିଏମ୍ ବିଜୟ କୁମାର ଏବଂ ରଣବିଜୟ ସିଂ ଆନ୍ଦୋଳନ ସ୍ଥଳକୁ ଆସି ଆନ୍ଦୋଳନକାରୀ ଙ୍କ ସହିତ ଆଲୋଚନା କରି ୩ ଦିନ ମଧ୍ୟରେ ସ୍ଥାନୀୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସନ୍ଧ୍ୟା ୭ଟା ରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଶ୍ରମିକ ସଂଘର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଙ୍କ ନେତୃତ୍ବ ପରିଚାଳିତ ଏହି ଆନ୍ଦୋଳନ ରେ ସୁବ୍ରତ ବୁଧିଆ, ରୁଦ୍ର ପ୍ରଧାନ, ତରୁଣ ବୁଧିଆ, ମନୁ ପ୍ରଧାନ, ଦୁର୍ଗା ଭୋଇ ପ୍ରମୁଖ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories