www.samajalive.in
Monday, December 15, 2025
15.1 C
Bhubaneswar

ଚଳିତ ଦଶନ୍ଧିର ପ୍ରଥମ ସଂସଦ ଅଧିବେଶନ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ମୋଦୀ

ନୂଆଦିଲ୍ଲୀ :  ସଂସଦର ବଜେଟ ଅଧିବେଶନ ପୂର୍ବରୁ ସଂସଦ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଗଣମାଧ୍ୟମକୁ କହିଛନ୍ତି,  ଚଳିତ ଦଶନ୍ଧିର ପ୍ରଥମ ସଂସଦ ଅଧିବେଶନ ଆଜି ଆରମ୍ଭ ହେଉଛି। ଏହି ଦଶନ୍ଧି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ସେହି ଦୃଷ୍ଟିରୁ, ରାଷ୍ଟ୍ର ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ଯାହା ମାଧ୍ୟମରେ ଆମର ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନକୁ ଅଚିରେ ସାକାର କରାଯାଇପାରିବ । ଏହି ଦଶନ୍ଧିକୁ ଉପଯୁକ୍ତ ଭାବେ ଉପଯୋଗ କରାଯିବା ଆବଶ୍ୟକ ଏବଂ ସେଥିପାଇଁ, ସମଗ୍ର ଦଶନ୍ଧିକୁ ମନରେ ରଖି ସଂସଦରେ ବିଭିନ୍ନ ପ୍ରସଙ୍ଗର ଉପସ୍ଥାପନ ଏବଂ ସେସବୁ ଉପରେ ଆଲୋଚନା ସହ ସେଥିରୁ ସକାରାତ୍ମକ ନିର୍ଯ୍ୟାସରେ ଉପନୀତ ହେବା ନିମନ୍ତେ ସମସ୍ତେ ପ୍ରୟାସୀ ହେବା ଆବଶ୍ୟକ। ଦେଶ ଆମମାନଙ୍କ ନିକଟରୁ ଏହି ଆଶା ରଖେ ବୋଲି ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ବ୍ୟକ୍ତ କରିଛନ୍ତି ।

ଏହି ଅବସରରେ କେତେଗୁଡ଼ିଏ ଟୁଇଟ୍‍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଆଶା ଓ ଆକାଂକ୍ଷାକୁ ନେଇ ଦେଶର ଜନସାଧାରଣ ଆମମାନଙ୍କୁ ଏଠାକୁ ପଠାଇଛନ୍ତି ସେମାନଙ୍କର ସେହି ଆଶାକୁ ପୂରଣ କରିବା ଦିଗରେ ଆମେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରିବା ଉଚିତ ନୁହେଁ । ତେଣୁ ସଂସଦର ମୂଲ୍ୟବାନ ସମୟର ସୁବିନିଯୋଗ କରିବା ନିମନ୍ତେ ଆମେ ପ୍ରୟାସୀ ହେବା ଉଚିତ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଗରିମାକୁ ଅନୁପାଳନ କରିବା ଆବଶ୍ୟକ। ସଂସଦର ସମସ୍ତ ସାଂସଦଙ୍କ ଉପରେ ତାଙ୍କର ଗଭୀର ଆସ୍ଥା ଓ ବିଶ୍ୱାସ ରହିଛି ଯେଉଁମାନେ କି ଏହି ଅଧିବେଶନକୁ ଅତ୍ୟନ୍ତ ଉପାଦେୟ କରିପାରିବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସଂସଦର ବଜେଟ ଅଧିବେଶନ। ସମ୍ଭବତଃ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି ଯେ ଆମର ଅର୍ଥମନ୍ତ୍ରୀ ୨୦୨୦ ମସିହାରେ ପୃଥକ୍‍ ପ୍ୟାକେଜ୍‍ ଭାବେ ଚାରି ପାଞ୍ଚଟି ମିନି ବଜେଟ ଉପସ୍ଥାପନ କରିଥିଲେ। ଅର୍ଥାତ୍‍, ସେହିସବୁ ମିନି ବଜେଟଗୁଡ଼ିକ ୨୦୨୦ ମସିହା ସାରା ଜାରି ରହିଥିଲା। ସେହି ଚାରି ପାଞ୍ଚଟି ବଜେଟର ଏକ ଅଂଶ ବିଶେଷ ଭାବେ ଏହି ବଜେଟକୁ ଦେଖାଯିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି ।

ସଂସଦର ଉଭୟ ସଦନର ସମସ୍ତ ସାଂସଦମାନଙ୍କ ସହିତ ପ୍ରଧାନମନ୍ତ୍ରୀ ପୁଣି ଥରେ ପ୍ରତିବଦ୍ଧତା ପ୍ରକଟ କରି କହିଛନ୍ତି ଯେ, ମହାମହୀମ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ତାଙ୍କର ବାର୍ତ୍ତାକୁ ଆଗକୁ ଆଗେଇ ନେବା ନିମନ୍ତେ ସଭିଏଁ ପ୍ରୟାସୀ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories