www.samajalive.in
Sunday, December 14, 2025
23.1 C
Bhubaneswar

ଭୋଜନ କରିବା ପୂର୍ବରୁ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ଖାଦ୍ୟ ପ୍ରସ୍ତୁତ କରିବାର କିଛି ନିୟମ ରହିଛି। ଏହା ମଧ୍ୟ ଏକ ପ୍ରକାର କଳା ବୋଲି କୁହାଯାଏ। ଏପରି ମଧ୍ୟ କୁହାଯାଏ, ଖାଦ୍ୟ ଅବମାନନା ନକରି ସମସ୍ତ ପ୍ରକାର ଖାଦ୍ୟକୁ ସମ୍ମାନ ପୂର୍ବକ ଭୋଜନ କରିବା ଉଚିତ। ଭୋଜନ କରିବା ପୂର୍ବରୁ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ହୁଏତ ସଭିଏଁ ଏହା ଜାଣିନଥିବେ। ଯାହାର ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡିଥାଏ। ଜାଣନ୍ତୁ….
୧- ଭୋଜନ କରିବା ପୂର୍ବରୁ ୨ ହାତ, ଗୋଡ, ମୁହଁକୁ ଭଲ ଭାବେ ଧୋଇ ଭୋଜନ କରିବା ଉଚିତ।
୨- ଭୋଜନ କରିବା ପୂର୍ବରୁ ଦେବାଦେବୀଙ୍କୁ ସ୍ମରଣ କରିବା ଉଚିତ। ଏହାସହ ଭୋଜନରୁ କିଛି ଅଂଶ ଗାଈ, କାଉ ଅଥବା କୁକୁରଙ୍କୁ ମଧ୍ୟ ଦେବା ଉଚିତ।
୩- ସର୍ବଦା ପୂର୍ବ ଅଥବା ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଇବା ଉଚିତ।
୪- ଭୋଜନର ଥାଳିକୁ ସର୍ବଦା ସମତଳ ସ୍ଥାନ, ଆସନ, ଟେବୁଲ ଉପରେ ସମ୍ମାନର ସହ ରଖନ୍ତୁ।
୫- ଖାଦ୍ୟ ଖାଇବା ସମୟରେ କଥାବାର୍ତ୍ତା କିମ୍ବା ଅନ୍ୟମନସ୍କ ହୁଅନ୍ତୁ ନାହିଁ।
୬- ଭୋଜନରେ ପ୍ରଥମେ ଯେକୌଣସି ତରକାରୀ ଖାଆନ୍ତୁ। ଏହାଦ୍ୱାରା ପାଚନତନ୍ତ୍ର ସୁସ୍ଥ ରହିଥାଏ।
୭- ଭୋଜନ ପ୍ରସ୍ତୁତ ହେବା ମାତ୍ରେ ପ୍ରଥମେ କିଛି ଅଗ୍ନିଙ୍କୁ ସମର୍ପଣ କରନ୍ତୁ।
ଭୋଜନ କରିବା ସମୟରେ ଖାଦ୍ୟ ପ୍ରତି ଯଥେଷ୍ଟ ସମ୍ମାନ, ଖୁସି ଓ ଶାନ୍ତିରେ ଖାଇବା ଉଚିତ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories