www.samajalive.in
Sunday, December 14, 2025
23.1 C
Bhubaneswar

ଟାଟା ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଟାଟା-ମେଡିକୋ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଉଜ୍ଜବୀତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଲୋକମାନେ ଉଚ୍ଚ ମାନର ଡାକ୍ତରୀ ସୁବିଧା ପାଇ ପାରିବେ ବୋଲି ଜଣାପଡ଼ିଛି। ୨୦୧୩ ମସିହାରେ ଟାଟା ଷ୍ଟିଲ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଲୋକମାନଙ୍କୁ ସହଜ ଓ ଶସ୍ତା ରେ ଉନ୍ନତ ତଥା ଗୁଣବତ୍ତା ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ଟାଟା ବିସ୍ଥାପିତ କଲୋନୀ ସନ୍ନିକଟ ଅଞ୍ଚଳରେ ପ୍ରାୟ ୪୪ ଏକର ଜମିରେ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ନିର୍ମାଣ ନିମନ୍ତେ ଟାଟା ପକ୍ଷରୁ ସ୍ଥିର କରାଯାଇଥିଲା।

୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତତ୍କାଳୀନ ଟାଟା ଗୃପ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ, ଟାଟା ଷ୍ଟିଲ ଏମ ଡି ପି.ଭି.ନରେନ୍ଦ୍ର ଙ୍କ ଉପସ୍ଥିତିରେ ହସ୍ପିଟାଲ ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା। କଲକାତା ସ୍ଥିତ ମେଡିକୋ ସଂସ୍ଥା ସହାୟତାରେ ଟାଟାଷ୍ଟିଲ ପକ୍ଷରୁ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଏହା ମଧ୍ୟରେ ଗତ ୨୦୧୯ ରେ ଏହାର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଗତ ଜାନୁଆରୀ ୨୦୨୦ ସୁଦ୍ଧା ବିଡିଏ ଓ ବିଦ୍ୟୁତ ବିଭାଗ ରୁ ଏନ୍ ଓ ସି ମିଳିପାରିନଥିବାରୁ ଏହା କାର୍ଯ୍ୟକ୍ଷମ ହେବାରେ ବିଳମ୍ୱ ଘଟିଥିଲା। ଏହି ସୁପରସ୍ପେସିଆଲିଷ୍ଟ ହସ୍ପିଟାଲରେ ୫୦୦ ଶଯ୍ୟା ବ୍ୟବସ୍ଥା ରହିଥିବା ବେଳେ ପ୍ରଥମ ଦଫାରେ ୨୦୦ ଶଯ୍ୟାରୁ ଏହା ଆରମ୍ଭ କରିବାକୁ ଯୋଜନା ରହିଥିଲା। ଏହା ସହ ଏଠାରେ ସମସ୍ତ ପ୍ରକାର ରୋଗୀ ଚିକିତ୍ସା ସହ କ୍ୟାନସର ଓ କିଡନୀ ରୋଗର ଚିକିତ୍ସା କରାଯିବାକୁ ଯୋଜନା ରହିଛି।

- Advertisement -

ସୂଚନାଯୋଗ୍ୟ ଯେ, ୨୦୧୯ ପ୍ରଥମାର୍ଦ୍ଧରେ ଏହି ହସ୍ପିଟାଲର ଉଦଘାଟନ କରାଯିବା କାର୍ଯ୍ୟକ୍ଷମ ହେବାର ସ୍ଥିର ହେଇଥିଲା। କିନ୍ତୁ କେତେକ ଅନିବାର୍ଯ୍ୟ କାରଣ ବଶତଃ ତାହା ହୋଇପାରି ନ ଥିଲା। ଏହା ମଧ୍ୟରେ କରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏହି ହସ୍ପିଟାଲକୁ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ନିମନ୍ତେ ଗତ ଏପ୍ରିଲ ୧୦ ତାରିଖରେ ବ୍ୟବହାର କରାଯିବା ସହ ଏଠାରେ ଗତ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କୋଭିଡ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ଏହି ସମୟ ମଧ୍ୟରେ ଏଠାରେ ପ୍ରାୟ ୨୫୦୦ରୁ ଉର୍ଦ୍ଧ୍ବ କରୋନା ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଶିଶୁ ଏଠାରେ ଜନ୍ମଗ୍ରହଣ କରିଥିଲେ। ଏହା ସହ ଏକାଧିକ ଜେନେରାଲ ସର୍ଜରୀ ମଧ୍ୟ କରାଯିବା ସହ ଦକ୍ଷିଣ ଓଡ଼ିଶା ଲୋକଙ୍କୁ କରୋନା ମହାମାରୀ ପରି ରୋଗରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇବାରେ ସହାୟକ ହୋଇ ପାରିଥିଲା। କିନ୍ତୁ ୨୦୧୯ ରୁ ନିର୍ମାଣ ଶେଷ କରାଯାଇ ଲୋକଙ୍କ ସେବା କରିବା ନିମନ୍ତେ ଅପେକ୍ଷା କରି ରହିଥିବା ଏହା ହସପିଟାଲକୁ କେବେ କାର୍ଯ୍ୟକ୍ଷମ କରାଯିବ ଏବଂ ଦକ୍ଷିଣ ଓଡ଼ିଶାର ଲୋକମାନେ ମାନେ ଏହାର ସୁବିଧା ପାଇବେ ତାହା ବର୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହା ନେଇ ଟାଟା ଏସଇଜେଡର ସିନିୟର୍ ମ୍ୟାନେଜର ପଦରେ ଥିବା ସଞ୍ଜିବ କୁମାର ସାହୁଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ, ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ କୋଭିଡ ହସପିଟାଲ ବନ୍ଦ କରାଯିବା ପରେ ଟାଟା ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ସେନିଟାଇଜ କରାଯାଇଛି। ସାନିଟାଇଜ କରାଯିବାର ଦୁଇମାସ ପର୍ଯ୍ୟନ୍ତ ଏହି କୋଠାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ। ଏହାପରେ କୋଠାରେ କେତେକ ନିର୍ମାଣ କାର୍ଯ୍ୟ କରାଯିବା ପରେ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଯିବା ନିମନ୍ତେ ସ୍ଥିର ହୋଇଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏଠାରେ ଡାକ୍ତର ନିଯୁକ୍ତି ନିମନ୍ତେ ମଧ୍ୟ ଗତବର୍ଷ ବିଜ୍ଞାପନ ବାହାର କରାଯାଇଥିବା ବେଳେ କରୋନା ନିମନ୍ତେ ତାହା ସ୍ଥଗିତ ରହିଥିବା ବେଳେ ଡ଼ାକ୍ତର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ତୁରନ୍ତ ସାରିବାକୁ କର୍ତ୍ତୃପକ୍ଷ ପଦକ୍ଷେପ ନେଉଥିବା ଜଣାପଡିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories