www.samajalive.in
Monday, December 15, 2025
15.1 C
Bhubaneswar

ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା : ପଲସ୍ ପୋଲିଓ ଅଭିଯାନ ପାଇଁ ୩ ଦିନ ବନ୍ଦ ରହିବ କୋବିଡ଼ ଟିକାକରଣ

ଭୁବନେଶ୍ବର :  ଟିକାକରଣରେ ଓଡ଼ିଶା  ପ୍ରଥମ ସ୍ଥାନରେ  ରହିଛି। କାରଣ ପ୍ରଥମ ସ୍ଥାନରେ ଥିବା ଳାକ୍ଷାଦ୍ବୀପ କେନ୍ଦ୍ର ଶାସିତ ଅଂଚଳ। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ପ୍ରଥମ ଯେଉଁ ସ୍ୱାସ୍ଥ୍ୟ କର୍ମୀ ଟୀକା ନେଉ ନଥିଲେ, ସେମାନେ ଗତକାଲିଠାରୁ ଟିକା ନେବା ଆରମ୍ଭ କଲେଣି। ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ। ଧାର୍ଯ୍ୟ ଲକ୍ଷଠାରୁ ୧ ଲକ୍ଷ ୪୪ ହଜାର ୬୪୨ ବାକି ଅଛନ୍ତି। ସେମାନଙ୍କୁ ଖୁବ ଶ୍ରୀଘ୍ର ଟିକା ଦାନ କରାଯିବ। ଫେବୃୟାରୀ ୧୦ ସୁଦ୍ଧା ରାଜ୍ୟରେ ଟିକାଦାନ ଶେଷ ହେବ ଏବଂ ପରେ ପ୍ରଥମ ଦଫା ଟିକାଦାନର ୨ୟ ଡୋଜ୍ ଦିଆଯିବ। କେବଳ ଗତକାଲି ୧୭ହଜାର ୧୩୭ ଜଣଙ୍କ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟିକାଦାନ କରାଯାଇଛି।

୩୧ ଜାନୁଆରୀରୁ ଫେବୃଆରୀ ୨ ଯାଏ ପଲସ୍ ପୋଲିଓ ଅଭିଯାନ ଚାଲିବ। ତେଣୁ ଏହି ତିନି ଦିନ କୋବିଡ଼ ଟିକାକରଣ ବନ୍ଦ ରହିବ। ତେବେ ଫେବୃୟାରୀ ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ ସମସ୍ତଙ୍କୁ ଦିଆସରିବ। କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ଦେଖା ଦେଇଥିଲା, ସେମାନେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories