www.samajalive.in
Friday, December 12, 2025
16.1 C
Bhubaneswar

ଜାଣନ୍ତୁ, କ’ଣ ରହିଛି ଶ୍ରାବଣ ମାସରେ ସବୁଜ ରଙ୍ଗର ବିଶେଷତ୍ୱ !

ନାରୀ ଜୀବନରେ ଚୁଡ଼ିର ମହତ୍ୱ ସବୁଠାରୁ ଅଧିକ। ବିଭିନ୍ନ ରଙ୍ଗବେରଙ୍ଗର ଚୁଡ଼ି ପିନ୍ଧିବାକୁ ମହିଳା ବା ଯୁବତୀମାନେ ପସନ୍ଦ କରିଥାଆନ୍ତି। ମାତ୍ର କେତେକ ରଙ୍ଗର ଚୁଡ଼ିର ନିର୍ଦ୍ଦିଷ୍ଟ ଅର୍ଥ ରହିଛି। ସେହିପରି ଶ୍ରାବଣ ମାସରେ ସବୁଜ ରଙ୍ଗ ଚୁଡିର ବିଶେଷ ମହତ୍ତ୍ୱ ରହିଛି।
ମାନ୍ୟତା ରହିଛି ଯେ, ଶ୍ରାବଣ ମାସରେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ସବୁଜ ରଙ୍ଗର ଚୁଡ଼ି ଓ ବସ୍ତ୍ର ପିନ୍ଧି ନାରୀଟିଏ ପ୍ରକୃତି ସହ ଯୋଡ଼ି ହୋଇଥାଏ। ଏହା ସହ ଭଗବାନଙ୍କର ବିଶେଷ କୃପା ମିଳିଥାଏ। ପରିବାରରେ ସୁଖଶାନ୍ତି ଓ ନାରୀ ଜୀବନରେ ସୌଭାଗ୍ୟର ବୃଦ୍ଧି ହୋଇଥାଏ।

- Advertisement -

ଦାମ୍ପତ୍ୟ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଏ। ସନ୍ତାନ ମାନଙ୍କର ଉନ୍ନତି ହୋଇଥାଏ। ଶ୍ରାବଣ ମାସରେ ସବୁଜ ରଙ୍ଗର ଦ୍ରବ୍ୟ ଧାରଣ କରିବା ଦ୍ୱାରା ନାରୀର ଜୀବନରେ ସମସ୍ତ ଦୁଃଖ ଦୂର ହୋଇଥାଏ।

ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସ ପ୍ରଭୁ ଶିବଙ୍କର ପ୍ରିୟ ମାସ ଅଟେ। ଏହି ମାସରେ ପ୍ରକୃତି ଓ ପ୍ରଭୁ ମହାଦେବଙ୍କ ପବିତ୍ର ସଙ୍ଗମ ହୋଇଥାଏ। ପ୍ରକୃତିର ରଙ୍ଗ ହୋଉଛି ସବୁଜ। ତେଣୁ ସବୁଜ ରଙ୍ଗ ହେଉଛି ସୌଭାଗ୍ୟ ଓ ଖୁସିର ପ୍ରତୀକ।

ଏହି ଶ୍ରାବଣ ମାସରେ ସଧବା ସ୍ତ୍ରୀ ମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଲେ ପ୍ରଭୁ ଭୋଳାଶଙ୍କର ଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories