www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସ ତନଖି ବେଳେ ନଦୀକୁ ଡେଇଁଲେ ଯୁବକ

ଚେନ୍ନାଇ: ତାମିଲନାଡୁର ଆଡୟାର ଅଞ୍ଚଳରେ ଚକିତ ହେଲା ଭଳି ଏକ ଘଟଣା ଘଟିଛି। ପୁଲିସ ତନଖି ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଜଣେ ଯୁବକ ନଦୀକୁ ଡେଇଁ ପଡିଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ କୌଣସି ପତ୍ତା ମଳିନଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ଉକ୍ତ ଅଞ୍ଚଳରେ ପୁଲିସ ଭ୍ୟାନ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ​ ସେହି ବାଟ ଦେଇ ଗୋଟିଏ ବାଇକରେ ଯାଉଥିବା ଦୁଇ ଜଣ ଯୁବକ ଯାଉଥିବା ଦେଖାଯାଇଥିଲା। ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚୁରା ଆରମ୍ଭ କରିଥିଲା। ବାଇକ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ମାଗିଥିଲେ । ପୁଲିସର ପଚରାଉଚରା ବେଳେ ଉକ୍ତ ଯୁବକ ଜଣଙ୍କ ବାଇକ ଛାଡି ନିକଟରେ ଥିବା ଆଡୟାର ନଦୀ ଆଡକୁ ଦୌଡିଥିଲେ ଓ ପରେ ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ଏଯାବତ୍ ଯୁବକଙ୍କୁ ଠାବ କରାଯାଇନାହିଁ। ଯୁବକଙ୍କୁ ଖୋଜିବା ପାଇଁ ମତ୍ସଜୀବୀଙ୍କ ସାହାଯ୍ୟ ନିଆଯାଇଛି। ନଦୀରେ ପାଣି କମ୍ ଥିବାରୁ ସେ ବଞ୍ଚିଥିବା ଆଶା କରାଯାଉଛି। ନିଖୋଜ ଯୁବକଙ୍କ ନାମ ରାଧାକୃଷ୍ଣ ଓ ବାଇକରେ ଥିବା ଅନ୍ୟ ଯୁବକ ସୁରେଶ ବୋଲି ପୁଲିସ କହିଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories