www.samajalive.in
Thursday, December 11, 2025
16.1 C
Bhubaneswar

ଭାରତ ସୀମାରେ ଇଲେକ୍ଟ୍ରୋମ୍ୟାଗନେଟ ରକେଟ ଖଞ୍ଜିବ ଚୀନ

ନୂଆଦିଲ୍ଲୀ: ସୀମାନ୍ତରେ ଚୀନର ସୁରକ୍ଷା ସମ୍ପର୍କିର୍ତ କାର୍ଯ୍ୟକଳାପ ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଚୀନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଖୁବ୍‍ ଶୀଘ୍ର ଚୀନ ପକ୍ଷରୁ ତିବତ୍‍-ଭାରତ ସୀମା ନିକଟରେ ଇଲେକଟ୍ରୋମ୍ୟାଗନେଟିକ୍‍ କାଟାପୁଲ୍ସ ରକେଟ୍‍ ଖଞ୍ଜିବାକୁ ଯୋଜନା ଆରମ୍ଭ ହୋଇଛି। ଏହି ରକେଟ ସ୍ୱଳ୍ପ ଅମ୍ଲଜାନରେ ମଧ୍ୟ ସଠିକ ଭାବେ ଲକ୍ଷ୍ୟଭେଦ କରିପାରେ। ଚୀନ ବୈଜ୍ଞାନିକ ହନ ହୁନଲୀଙ୍କ ମନ୍ତବ୍ୟ ଅନୁଯାୟୀ ସମ୍ପ୍ରତି ଚୀନର ପଶ୍ଚିମ ସୀମାନ୍ତରେ ନିକଟ ଅତୀତରେ ଘଟିଯାଇଥିବା ଘଟଣାକ୍ରମ ଏଭଳି ରକେଟକୁ ନିୟୋଜିତ କରିବାକୁ ବାଧ୍ୟ କରିଛି। ଏହି ଘଟଣାକ୍ରମ ମଧ୍ୟରେ ଡୋକଲାମ ବିବାଦ ରହିଛି। ଚୀନ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ଅନୁଯାୟୀ ସମ୍ପୃକ୍ତ ଅଞ୍ଚଳରେ ଅମ୍ଳଜାନର ଅଭାବ ହେତୁ ଅନେକ ଯୁଦ୍ଧ ଯନ୍ତ୍ରାଶଂ କାର୍ଯ୍ୟକ୍ଷମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଏହି ନୂଆ ରକେଟ ସ୍ୱଳ୍ପ ଖର୍ଚ୍ଚରେ ଓ ଏଭଳି ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି ଯେ, ସୀମାନ୍ତ ଅଞ୍ଚଳରେ ଅମ୍ଳଜାନର ଅଭାବ ଏହା ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁଁ। ଏହା ବ୍ୟତୀତ ଏହି ରକେଟର ଲକ୍ଷ୍ୟଭେଦ କ୍ଷମତା ଏତେ ନିଖୁଣ ଯେ, ଏଥିପାଇଁ ଜଣେ ସୈନ୍ୟକୁ ପାହାଡ଼ ଅତିକ୍ରମ କରିବାର ଆବଶ୍ୟକତା ନାହିଁ।
ଖୁବ୍‍ ଶୀଘ୍ର ଏହି ରକେଟକୁ ପିଏଲଏ ଫୋର୍ସକୁ ହସ୍ତାନ୍ତର କରାଯିବ। ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପ୍ରଥମ ପସନ୍ଦ ଭାବେ ପିଏଲଏ ଫୋର୍ସର ମାନ୍ୟତା ରହିଛି।
ଡୋକଲାମ ବିବାଦରେ ଭାରତୀୟ ସେନା ଯେଉଁ ରୂପେ ଚୀନ ସେନାର ସାମ୍ନା କରିଛି ଏହା ପରଠାରୁ ଚୀନର ପ୍ରତିରକ୍ଷା ବିଭାଗ ଭାରତୀୟ ସେନାଙ୍କୁ ହାଲୁକାରେ ନେବାକୁ ଚାହୁଁନି। ତେଣୁ ଏଭଳି ରକେଟ ଦ୍ୱାରା ଭାରତୀୟ ସେନାବାହିନୀ ମଧ୍ୟରେ ଭୟ ସଞ୍ଚାର କରିବାକୁ ଚୀନ ନୂଆ ରଣନୀତି ଆପଣେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories