ମାଲକାନଗିରି: ମାଲକାନଗିରି ସୀମାରେ ପୁଲିସ ଏନକାଉଣ୍ଟରରେ ୧୪ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସୁକମା ଏସପି ଅଭିଷେକ ମୀନାଙ୍କ ସୂଚନା ଅନୁଯାୟୀ, ସୁକମା ଜିଲା କୋଣ୍ଟା ନୁଲକାତୁଙ୍ଗ ଗ୍ରାମରେ ପୁଲିସ-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମୃତାହତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନାହିଁ। ମୃତ ୧୪ ଜଣ ନକ୍ସଲଙ୍କର ଶବ ଉଦ୍ଧାର ହୋଇଛି। ସେମାନଙ୍କ ନିକଟରୁ ଅନେକ ଗୁଳିଗୋଳା ସମେତ ୧୬ ଦେଶୀ ହତିଆର ଜବତ ହୋଇଛି। ନକ୍ସଲ୍ମାନେ ସେମାନଙ୍କ ସାଥୀଙ୍କ ମୃତ ଶରୀରକୁ ସାଙ୍ଗରେ ନେଇଯାଇଥିବା ଅନୁମାନ କରାଯାଉଛି। ଜଙ୍ଗଲରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି। ସେଠାକୁ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ପଠାଯାଇଛି।
Popular Categories



