www.samajalive.in
Monday, December 15, 2025
17.1 C
Bhubaneswar

ରାଜ୍ୟରେ ୧୪୩୨ ଗାଁ ବାଲ୍ୟବିବାହ ମୁକ୍ତ

ଭୁବନେଶ୍ବର : ବାଲ୍ୟବିବାହ ପରି କୁତ୍ସିତ ପ୍ରଥା ସମାଜରୁ ସମ୍ପୂର୍ଣ୍ଣ ହଟି ନାହିଁ। ତଥାପି ଏ ଦିଗରେ ସରକାରୀ ସ୍ତରରେ ସଚେତନତା ଅଭିଯାନ ଜାରି ରହିଛି। ୨୦୨୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୧୪୩୨ଟି ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା ହୋଇଛି। ଦାରିଦ୍ର୍ୟ ଓ ଅଶିକ୍ଷା ଯୋଗୁଁ ମାଲକାନଗିରି, କୋରାପୁଟ, ନୟାଗଡ଼, ଗଞ୍ଜାମ ପରି ନଅଟି ଜିଲାରେ ବାଲ୍ୟବିବାହ ହାର ଅତି ଉଦବେଗଜନକ ସ୍ଥିତିରେ ରହିଥିଲା। ଚଳିତ ମାସ ଗଞ୍ଜାମ ଜିଲାର ସର୍ବାଧିକ ୧୦୩୨ଟି ଗାଁ ଓ ୧୪୦ଟି ୱାର୍ଡକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯିବା ପରେ ଏପରି କଳଙ୍କିତ ପ୍ରଥାରୁ ମୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ଥିବା ଲକ୍ଷ୍ୟ କରାଯାଉଛି।
୨୦୧୫ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଜାତୀୟସ୍ତରରେ ବାଲ୍ୟ ବିବାହ ହାର ୨୬.୮% ରହିଥିବାବେଳେ ଓଡ଼ିଶାରେ ଏହା ୨୧.୩% ରହିଛି। ମାଲକାନାଗିରି ଜିଲାରେ ବାଲ୍ୟବିବାହ ହାର ସର୍ବାଧିକ ୩୯.୩% ଏବଂ ପୁରୀ ଜିଲାରେ ସର୍ବନିମ୍ନ ୬.୨ %। ୨୦୩୦ ସୁଦ୍ଧା ଓଡିଶାକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ୟ୍ୟକାରୀ କରାଯାଇଛି। ସମସ୍ତ ଜିଲାର ଜିଲାପାଳଙ୍କୁ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
୨୦୧୪ ମସିହାରେ ସୁବର୍ଣ୍ଣପୁର ଜିଲାର ରୁଗୁଡ଼ିପାଲି ଗାଁରୁ ପ୍ରଥମେ ବାଲ୍ୟବିବାହ ମୁକ୍ତ ଅଭିଯାନ ଆରମ୍ଭ ହୋଇଥିଲା। ଦେବଗଡର ଦ୍ବିତୀୟ ଗାଁ ରିୟାମାଳ ବ୍ଲକର ଠିଆନାଳକୁ ଏଥିରେ ସାମିଲ କରାଯାଇଥିଲା। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି। ଗତ ଦୁଇ ମାସ ଭିତରେ ଏଠାରେ ୩୬୯ଟି ଗାଁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି। ଦେବଗଡ ଜିଲାର ବଳନ୍ଦା, ସିଙ୍ଗସାଲ, କାଳିଆପାଲ, ରାମଭେଇବାମପଡା, ଗୋଲାବନ୍ଧ, ସରୁଆଳି, କାଡୋପଡା, ମଧ୍ୟପୁର, କଣ୍ଟାପାଲି, ରାଇତାବାହାଲ, ବୁଡିଡେ, ଲୁଲାଙ୍ଗ,ନୂଆଳିପଡା, କୁଡେଇଗୋଲା, ତାବଡା, ମଲେଇପଦା, ପାଲସମା, ଗୁଣ୍ଡିଆପାଲି, ତରଙ୍ଗ, କେନ୍ଦେଇଝଚରି ଭଳି ଗ୍ରାମ ପଞ୍ଚାୟତର ଅଧିକଂଶ ଗାଁକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ଏହି ଗାଁଗୁଡିକ‌େ‌ର ଦୀର୍ଘ ୨ ବର୍ଷ ହେବ ବାଲ୍ୟବିବାହ ହୋଇ ନ ଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର କହିଛନ୍ତି।
ସେହିପରି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୧୧, ଗଞ୍ଜାମର ୧୦୬, ପୋଲସରାରେ ୮୮, ସୋରଡାରେ ୮୬, ଶେରଗଡରେ ୮୩, ରଙ୍ଗେଇଲୁଣ୍ଡାରେ ୮୬ ଏଭଳି ମୋଟ ୨୪ଟି ବ୍ଲକର ୧୦୩୨ଟି ଗାଁ ଓ ୧୪୦ ୱାର୍ଡକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି ବୋଲି ଜିଲା ସାମାଜିକ କଲ୍ୟାଣ ଅଧିକାରୀ ସୁରେଶା ମଲ୍ଲିକ କହିଛନ୍ତି। ଜିଲା ପ୍ରଶାସନ, ୟୁନିସେଫ ଏବଂ ଆକ୍ସନଏଡର ମିଳିତ ସହଯୋଗରେ ଓଡିଶାର ୧୫ଟି ଜିଲାରେ ବାଲ୍ୟବିବାହ ନେଇ ସର୍ଭେ କରାଯାଇଥିଲା। ସୁବର୍ଣ୍ଣପୁରର ୧୨ଟି, ବୌଦ୍ଧର ୧୦ଟି, ମୟୂରଭଞ୍ଜରୁ ୨୦ ଓ ନବରଙ୍ଗପୁରର ୫ଟି ଗାଁ ରହିଥିବା‌ବେଳେ ନୟାଗଡର ୪୧ଟି ଗାଁକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଥିବା ସୂଚନା ମିଳିଛି। ଏଥିରେ ସୋନପୁର ଜିଲାର ରୁଗୁଡ଼ିପାଲି, ଜାନମୁରା, ଜାମପାଲି, ସାଲେପାଲି ଭଳି ମୋଟ ୧୨ଟି ଗାଁ ରହିଥିବାବେଳେ ବୌଦ୍ଧର ଚନ୍ଦ୍ରପୁର, କୁସୁମଜୁଲି, କନକପୁର, ନୂଆପଡା, ସାନ ବୁଟୁପାଲି, ଲୁନିବାହାଲ, ଦେଉଳି, ସୁବର୍ଣ୍ଣପାଲି, ସୁଲିୟା ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇଛି।
ଦେବଗଡ଼ରେ ବାଲ୍ୟବିବାହ ରୋକିବାକୁ ପଞ୍ଚାୟତ, ବ୍ଲକ ଏବଂ ଜିଲାସ୍ତରରେ ମଞ୍ଚ ପ୍ରତିଷ୍ଠା କରାଯାଇ ଲୋକମାନଙ୍କୁ ସଚେତନ କରାଯିବା ସହିତ ଅଙ୍ଗନବାଡି କର୍ମୀ, ଆଶା ଦିଦି, ପ୍ରଶାସନିକ କର୍ମଚାରୀ ଏବଂ ସିଡିପିଓମାନେ ପ୍ରତି ଅଞ୍ଚଳ ତଦାରଖ କରୁଛନ୍ତି। ପିଲାଙ୍କ ସମେତ ପରିବାର ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories