www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ଜାତୀୟ ମତଦାତା ଦିବସ, ଏଣିକି ଅନଲାଇନରେ ମିଳିବ ଭୋଟର କାର୍ଡ

ଚଳିତ ବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା, ‘ଆମ ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ କରିବା’

ଆଜି ଏକାଦଶ ଜାତୀୟ ମତଦାତା ଦିବସରେ ନିର୍ବାଚନ ଆୟୋଗ ଭୋଟର ଫଟୋ ପରିଚୟ ପତ୍ରର ଏକ ସୁରକ୍ଷିତ ପିଡିଏଫ୍ ସଂସ୍କରଣ ‘ଇ-ଏପିକ’ ବ୍ୟବସ୍ଥା ଆରମ୍ଭ କରିବ। ଏହା ମୋବାଇଲ୍ ଫୋନରେ ଡାଉନଲୋଡ୍ ହୋଇପାରିବ ଓ ଏହାର ନକଲ ମଧ୍ୟ ପ୍ରିଣ୍ଟ କରାଯାଇ ପାରିବ। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଜି ଜାତୀୟ ମତଦାତା ଦିବସରେ ଏହିବ୍ୟବସ୍ଥାର ଶୁଭାରମ୍ଭ କରିବେ ଓ ୫ ଜଣ ନୂତନ ଭୋଟରଙ୍କୁ ଇ-ଏପିକ ଓ ଭୋଟର କାର୍ଡ ପ୍ରଦାନ କରିବେ। ଏହା ଅନୁମୋଦିତ ହେବା ପରେ ପ୍ଲାଷ୍ଟିକ ଭୋଟର କାର୍ଡ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ। ଭୋଟର ଏହି ଇ-ଏପିକ କାର୍ଡ ପ୍ରିଣ୍ଟକୁ ଲାମିନେଟ୍ କରିପାରିବେ କିମ୍ବା ଏହାର ଡିଜିଟାଲ୍ ସଂରକ୍ଷଣ କରିପାରିବେ। ଚଳିତ ବର୍ଷ ଜାତୀୟ ମତଦାତା ଦିବସର ବାର୍ତ୍ତା ରହିଛି, ଆମ ଭୋଟରଙ୍କୁ ସଶକ୍ତ, ସଚେତନ, ନିରାପଦ ଏବଂ ସୂଚନାଯୋଗ୍ୟ କରିବା।

- Advertisement -

ଇ-ଏପିକ କାର୍ଡ ଭୋଟରଙ୍କ ଦ୍ୱାରା ଡିଜିଲକରରେ ଅପଲୋଡ୍ ହୋଇପାରିବ ଏବଂ ସୁରକ୍ଷିତ ଭାବରେ ଗଚ୍ଛିତ ରହିପାରିବ। ଯେଉଁ ନୂତନ ଭୋଟରମାନେ ୨୦୨୧ ଭୋଟର ତାଲିକା ସଂଶୋଧନ ସମୟରେ ପଂଜିକୃତ ହୋଇଛନ୍ତି କିମ୍ୱା ଯେଉଁମାନେ ୨୦୨୦ ନଭେମ୍ବର-ଡିସେମ୍ବର ମଧ୍ୟରେ ଭୋଟର କାର୍ଡ ପାଇଁ ଆବେଦନ କରିଛନ୍ତି ଓ ଆବେଦନ ସମୟରେ ମୋବାଇଲ ନମ୍ବର ଦେଇଛନ୍ତି, ସେମାନଙ୍କ ନମ୍ବରକୁ ଜାନୁୟାରୀ ୨୫ରୁ ୩୧ ମଧ୍ୟରେ ନିର୍ବାଚନ ଆୟୋଗ ପକ୍ଷରୁ ଇ-ଏପିକ କାର୍ଡ ଡାଉନଲୋଡ୍ କରିବା ପାଇଁ ଲିଙ୍କ ପଠାଯିବ। ଅନ୍ୟ ସମସ୍ତ ଭୋଟରମାନେ ଚଳିତ ବର୍ଷ ଫେବୃଆରୀ ୧ ଠାରୁ ନିଜ ଇ-ଏପିକ କାର୍ଡ ଡାଉନଲୋଡ଼ କରିପାରିବେ।

ଇ-ଏପିକ ଡାଉନଲୋଡ୍ କରିବା ପୂର୍ବରୁ କେୱାଇସି ପ୍ରକ୍ରିୟା କରିବାକୁ ପଡିବ। ଏହି ବ୍ୟବସ୍ଥାରେ ନିଜ ବାସସ୍ଥାନ ପରିବର୍ତ୍ତନ କିମ୍ବା ଠିକଣା ପରିବର୍ତ୍ତନ ହେତୁ ନୂଆ କାର୍ଡ ପାଇବା ପାଇଁ ଭୋଟରଙ୍କ ଆବଶ୍ୟକତାକୁ ଦୂର କରିବ। କ୍ୟୁଆର କୋର୍ଡ ଦ୍ୱାରା ବାରମ୍ବାର ଏହି ଇ-ଏପିକ କାର୍ଡ ଡାଉନଲୋଡ୍ କରାଯାଇପାରିବ।

ଏହି ବ୍ୟବସ୍ଥା ‘ଗୋଟିଏ ରାଷ୍ଟ୍ର – ଗୋଟିଏ ନିର୍ବାଚନ କାର୍ଡ’ ଯୋଜନାର ସଫଳ ରୂପାୟନ କରିବ। ଯେଉଁ ଭୋଟରମାନେ ସେମାନଙ୍କର ଭୋଟର କାର୍ଡ ହଜାଇ ଦେଇଛନ୍ତି କିମ୍ବା ନଷ୍ଟ ହୋଇଯାଇଛି ସେମାନେ ନକଲ କାର୍ଡ ମାଗଣାରେ ଡାଉନଲୋଡ୍ କରିପାରିବେ। ଏହି ସୁବିଧା ପାଇଁ ୨୫ ଟଙ୍କା ଦେୟ ଦେବାକୁ ହେବ। ନିର୍ବାଚନ କମିଶନ ସ୍ଥାପନ ଦିବସ ଜାନୁଆରୀ ୨୫କୁ ୨୦୧୧ ଠାରୁ ପ୍ରତିବର୍ଷ ଜାତୀୟ ମତଦାତା ଦିବସ ଭାବେ ପାଳନ କରାଯାଉଛି। ଆଜି ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବରେ ନିର୍ବାଚନ କମିଶନର ୱେବ୍ ରେଡିଓ ‘ହେଲୋ ଭୋଟର’ ଉନ୍ମୋଚନ କରିବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories