www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର : ଓଡ଼ିଶାରୁ ଅନ୍ୱେଷ ଶୁଭମ୍‌

ନୂଆଦିଲ୍ଲୀ : ଚଳିତ ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇବା ପାଇଁ ଦେଶର ୨୧ଟି ଜିଲାରୁ ୩୨ ଶିଶୁ ମନୋନୀତ ହୋଇଛନ୍ତି। ଶିକ୍ଷା, କ୍ରୀଡ଼ା, କଳା ଓ ସଂସ୍କୃତି, ସମାଜସେବା ଓ ସାହସିକତା କ୍ଷେତ୍ରରେ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି। ଚଳିତ ବର୍ଷ ପାଇଁ ପୁରସ୍କାର ତାଲିକାରେ ଓଡ଼ିଶାର ଅନ୍ବେଷ ଶୁଭମ ପ୍ରଧାନ ସ୍ଥାନ ପାଇଛନ୍ତି। ଚନ୍ଦ୍ରଶେଖରପୁର ଡିଏଭିରେ ନବମ ଶ୍ରେଣୀରେ ପଢ଼ୁଥିବା ଶୁଭମଙ୍କୁ ଶିକ୍ଷାକ୍ଷେତ୍ରରେ ମନୋନୀତ କରାଯାଇଛି। ଅନ୍ବେଷଙ୍କ ପିତା ସମ୍ବଲପୁର ଏସବିଆଇରେ ଏଜିଏମ ମାନସ ରଞ୍ଜନ ପ୍ରଧାନ ଓ ମା’ ଝରଣା ପ୍ରଧାନ ଗୃହିଣୀ। ଜଣେ ମେଧାବୀ ଛାତ୍ର ଅନ୍ବେଷ ପୂର୍ବରୁ ୫୭୦ରୁ ଅଧିକ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି। ଆଗକୁ ଆଇଆଇଟିରେ ପାଠ ପଢ଼ିବା ସହିତ ଗବେଷଣା କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ଆନ୍ତର୍ଜାତିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରତିନିଧିତ୍ବ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ବିଜେତାମାନଙ୍କ ସହ ଆଲୋଚନା କରିବେ। ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ବେଷ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲରେ ବାର୍ତ୍ତାଳାପ କରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୨ ଜିଲାରୁ ବିଜେତାଙ୍କୁ ବଛା ଯାଇଥିଲା। କଳା ସଂସ୍କୃତି କ୍ଷେତ୍ରରେ ୭, ଉଦ୍ଭାବନ କ୍ଷେତ୍ରରେ ୯ ଓ ୫ ଜଣଙ୍କୁ ମେଧା କ୍ଷେତ୍ରରେ ପୁରସ୍କୃତ କରାଯାଇଥିଲା।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories