www.samajalive.in
Sunday, December 7, 2025
18.1 C
Bhubaneswar

ସ୍ୱାଭିମାନ ଅଞ୍ଚଳରେ ପୁଲିସର କୁମ୍ବିଂ ଅପରେସନ ଜୋରଦାର: ମାଓ ଶିବିର ଠାବ , ବିପୁଳ ପରିମାଣର ବିସ୍ପୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ଏବେ ରଣ କ୍ଷେତ୍ର ପାଲଟିଛିା ମାଓ ଦମନ ପାଇଂ ଉଭୟ ଆନ୍ଧ୍ର ଓ ଓଡିସା ପୋଲିସ ସକ୍ରୀୟ ହୋଇ ଉଠିଥିବା ବେଳେ ବିଏସଏଫ ସହାୟତାରେ ଏଠାରେ କୁମ୍ବିଂ ଅପରେସନକୁ ଜୋରଦାର କରା ଯାଇଛିା ଯନ୍ତ୍ରୀ, ଜଡାମ୍ବ, ପଣସପୁଟ ଜଙ୍ଗଲରେ ଏସଓଜି, ଡିବିଏଫ ଓ ବିଏସଏଫ ପକ୍ଷରୁ ତଲାସି ଅଭିଯାନ ଜୋରଦାର କରାଯାଇଛି। ବିଏସଏଫକୁ ଏକ ବଡ ଧରଣର ସଫଳତା ମିଳିଛିା ଗୁରାସେତୁର ମାଟିଖାଲ ଠାରେ ବିପୁଳ ପରିମାଣର ବିସ୍ପୋରକ, ମାଓ ସାମଗ୍ରୀ, ଅପୁଟା ବୋମା, ତାର ଜିଲେଟିନ ଷ୍ଟିକ୍, ଭଳି ବହୁ ସାମଗ୍ରୀ ପୁଲିସ ଜବତ କରିଥିବା ବେଳେ ବିଏସଏଫର ୯ତମ ବାଟାଲିୟନ ଏହି ସାମଗ୍ରି ଗୁଡିକ ଜବତ କରା ଯାଇଛିା ପୁଲିସ କୁମ୍ବିଂ ସମୟରେ ଏକ ମାଓ କ୍ୟାମ୍ପ ନିକଟରୁ ଏହି ସବୁ ସାମଗ୍ରୀକୁ ଜବତ କରିଛନ୍ତି।

 

- Advertisement -

ଅନ୍ୟ ପକ୍ଷରେ ଏବେବି ଏହି ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରା ଯାଇଛିା ଆନ୍ଧ୍ର ଓଡିସା ବର୍ଡର ଜୋନାଲ କମିଟି ଉଦୟ, ଅନିଲ, ଭଳି ବହୁ ନେତା ସକ୍ରିୟ ଥିବାବେଳେ ଆନ୍ଧ୍ର ଓଡିସା ବର୍ଡର ଜୋନାଲ ମୁଖ୍ୟ ଆର୍.କେ ମଧ୍ୟ ଏଠାରେ ଆଶ୍ରୟ ନେଇଥିବା ଜାଣିଲା ପରେ ପୁଲିସ ସକ୍ରିୟ ହୋଇ ଥିବା ଜଣାପଡିଛି। ଗତ କିଛିଦିନ ତଳେ ବିଏସଏଫ ଡିଜି ପହଂଚିଥିବା ବେଳେ ପୁର୍ୱରୁ ଓଡିଶା ଡିଜିଙ୍କ ଘନ ଘନ ସ୍ୱାବିମାନ ଅଂଚଳ ଗସ୍ତ, ଜବାନଙ୍କ ମନୋବଳ ବୃଦ୍ଧି ସହ ମାଓ ଦମନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରା ଯାଇଥିଲ। ବିଶେଷ କରି ଆନ୍ଧ୍ରପ୍ରଦେଶ, ଛତିଶଗଡ ଓ ଓଡିସା ମିଳିତ ଭାବେ ଗୁଇନ୍ଦା ତଥ୍ୟ।ଦାନ ପ୍ରଦାନ କରିବାସହ ଏହି ସବୁଅଞ୍ଚଳରେ ବିଶେଷ କରି ମାଲକାନଗିରି, କୋରାପୁଟ, ଆନ୍ଧ୍ରପ୍ରଦେଶର ବିଶ୍ରାଖାପାଟଣା ଓ ପୁର୍ବ ଗୋଦାବରି ଜିଲ୍ଲାର କିଛି ଭାଗ ଏବଂ ତେଲେଙ୍ଗାଣାର ଖାମାମ୍, ଛତିଶଗଡର ସୁକୁମା , ଦନ୍ତେବାଡା, ବସ୍ତର , ବିଜାପୁର ପ୍ରଭୃତି ଅଂଚଳରେ ଆନ୍ଧ୍ର ଓଡିସା ସ୍ପେସାଲ ଜୋନାଲ କମିଟି ଦରଭା ଡିଭିଜନ ଭଳି ମାଓ ସଂଗଠନରେ ପ୍ରାୟ ୩ ହଜାରରୁ ଉର୍ଧ ସଦସ୍ୟ ରହିଥଇବା ବେଳେ ମିଳିତ ଭାବେ କିଭଳି ଏହି ସଂଗଠନକୁ ଦମନ କରା ଯିବ ନୂତନ ଭାବେ ଦାୟିତ୍ୱ ନେଇଥିବା ମାଓ ସଂଗଠନର ମୁଖ୍ୟ ନାମ୍ବାଲା କେସବ ରାଓଙ୍କ ରଣନୀତିକୁ ପ୍ରତିହତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରା ଯାଇଛିା ଏହି ଟିମ ଦ୍ୱାରା ତିନିରାଜ୍ୟରେ କୁମ୍ବିଂ ଅପରେସନ କରା ଯାଇ ଦମନକୁ ଜୋରଦାର କରା ଯାଇଛିା କେନ୍ଦ୍ର ସରାକରଙ୍କ ପକ୍ଷରୁ ମଧ୍ୟ ସମସ୍ତ ସହ ଯୋଗ ଦେବା ସହ କିବଳି ମାଳଭୁମି ମାଓମୁକ୍ତ ହେବ ସେଥିପାଇଁ ରାଜ୍ୟ ସକାରଙ୍କ ଉପରେ ପୁଲିସ ବିଭାଗ ଉପରେ ଚାପ ପକାଯାଉଛି। ସ୍ୱତନ୍ତ୍ର ବୈଠକ ମାନ ଅନୁଷ୍ଠିତ ହେଉଛି। ଉକ୍ତ ବୈଠକରେ ମାଓ ଅଧ୍ୟୁସିତ ଜିଲ୍ଲା ଗୁଡିକର ବିକାଶ ସହ ମାଓ ଦମନ ପ୍ରକ୍ରିୟା ଯୋଜନା କରା ଯାଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories