www.samajalive.in
Monday, December 15, 2025
17.1 C
Bhubaneswar

ବୋହୂକୁ ଦୁଷ୍କର୍ମ ଅଭିଯୋଗରେ ଶ୍ୱଶୁର ଅଟକ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଇଟାମୁଣ୍ଡୁଳି ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ପିଲା ପିଲି ନହେବାରୁ ତାଙ୍କ ଶାଶୁ ଘର ଲୋକେ ନିର୍ଯ୍ୟାତନା ଦେବା ସହ ଶ୍ବଶୁର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୁତ୍ରବଧୁ ଶ୍ୱଶୁର ନାଁରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେବାପରେ ପୁଲିସ ସମ୍ପୃକ୍ତ ଶ୍ୱଶୁରଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

- Advertisement -

ସୂଚନା ଅନୁଯାୟୀ, ସେହି ଗ୍ରାମର ଜଣେ ଶ୍ଵଶୁର ନିଜ ବୋହୂକୁ ଶୁକ୍ରବାର ଭୋରୁ ବଳପୂର୍ବକ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ଇଟାମୁଣ୍ଡଳି ଗ୍ରାମର ଚୌଧୁରୀ ମହେନ୍ଦ୍ର ଦାସ ନିଜ ବୋହୂ ଙ୍କୁ ଦୀର୍ଘଦିନ ହେବ ଛୁଆ ପିଲା ହେଉ ନଥିବାରୁ ଶାରୀରିକ, ମାନସିକ ଯନ୍ତ୍ରଣା ଦେଇ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ। ସମସ୍ତେ ଘରେ ଶୋଇଥିବାର ସୁଯୋଗ ନେଇ ଶ୍ୱଶୁର ଏଭଳି କାଣ୍ଡ ଭିଆଇଥିବା ସମ୍ପୃକ୍ତ ବୋହୁ ଅଭିଯୋଗ କରିଛନ୍ତି। ପୀଡିତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ବାମୀ ପହଞ୍ଚିବା ପରେ ଏଭଳି କାର୍ଯ୍ୟର ବିରୋଧ କରିବାରୁ ଉଭୟ ପୁଅ ବୋହୁଙ୍କୁ ଶ୍ୱଶୁର ମାଡ ମାରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାହାଙ୍ଗା ପୁଲିସ ଇତି ମଧ୍ୟରେ ଶ୍ୱଶୁର ମହେନ୍ଦ୍ରଙ୍କୁ ହେପାଜତକୁ ଆଣି ପଚରାଉଚୁରା କରୁଛି। ବୋହୁର ଅଭିଯୋଗକୁ ଭିତ୍ତି କରି ପୁଲିସ ଅନେକ ଧାରାରେ ଏତଲା ପଂଜିକୃତ କରିଛି। ଘଟଣାକୁ ୨୪ ଘଣ୍ଟା ବିତି ସାରିଥିବା ବେଳେ ଏ ପର୍ଯ୍ୟନ୍ତ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇନଥିବା ଜଣାପଡିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories