www.samajalive.in
Monday, December 15, 2025
17.1 C
Bhubaneswar

ଜନ୍ମଦିନ ସ୍ୱତନ୍ତ୍ର : ନେତାଜୀଙ୍କ ପ୍ରିୟ ଖାଦ୍ୟ

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀ । ଜନ୍ମତିଥି ଅବସରରେ ନେତାଜୀଙ୍କୁ ମନେ ପକାଉଛି ସାରା ଦେଶ । ଆଜାଦ୍‍ ହିନ୍ଦ୍‍ ଫୌଜର ପ୍ରଣେତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ସଭିଏଁ ଅଳ୍ପ ବହୁତ ଜାଣିଥିବେ ଓ ଶୁଣିଥିବେ। ମାତ୍ର ହୁଏତ ଆପଣ ଜାଣି ନଥିବେ ସେ କେଉଁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ।
– ନେତାଜୀ ନିୟମିତ ଭାତ, ଡ଼ାଲି, ପୁରୀ ଓ ଦହି ଖାଉଥିଲେ।
– ଫଳ ମଧ୍ୟରେ ସେ ପ୍ରତିଦିନ ନିଶ୍ଚୟ କଦଳୀ ଖାଇବା କେବେ ମଧ୍ୟ ଛାଡ଼ିନଥିଲେ।
– ସେ ମିଠା ମଧ୍ୟରେ ରସଗୋଲା, ଚମଚମ, ପିଠାପୁଲି ଓ ସନ୍ଦେଶ ଖାଇବାକୁ ଖୁବ ପସନ୍ଦ କରୁଥିଲେ। ଯେଉଁସମୟରେ ତାଙ୍କର ଏହି ସୁସ୍ୱାଦୁ ମିଠା ଖାଇବାକୁ ଇଚ୍ଛା କରୁଥିଲେ, ସେ ନିଶ୍ଚୟ ଖାଉଥିଲେ।
– ନେତାଜୀ ସକାଳୁ ଆରମ୍ଭ କରି ସନ୍ଧ୍ୟା ଯାଏଁ ଲବଙ୍ଗ, ଗୁଜୁରାତି ଓ ଗୁଆ ଚୋବାଇବାକୁ ଖୁବ ପସନ୍ଦ କରୁଥିଲେ।
– ଏହା ବ୍ୟତୀତ ସେ ଯେତେ ଭୋଜନ ପ୍ରେମୀ ଥିଲେ, ଖାଦ୍ୟ ପ୍ରସ୍ତୁତ କରିବା ମଧ୍ୟ ତାଙ୍କର ଏକ ସଉକ ଥିଲା।
– ସିଙ୍ଗାପୁରରେ ଥିବା ସମୟରେ ସେ ପ୍ରତିଦିନ ନିଶ୍ଚୟ କଫି ପିଉଥିଲେ।
– ରାତି ଖାଦ୍ୟରେ ସେ ନିଜ ଅତିଥିମାନଙ୍କୁ ପାଳଙ୍ଗ, ଲାଉର ବ୍ୟଞ୍ଜନ ଓ ଫଳ ମଧ୍ୟରେ କଦଳୀ , ସେଓ ନିଶ୍ଚୟ ଖୁଆଉଥିଲେ।
– ନେତାଜୀ ନିଜେ ଖାଦ୍ୟପ୍ରେମୀ ଥିଲେ ଓ ଅନ୍ୟଙ୍କୁ ଖୁଆଇବାକୁ ମଧ୍ୟ ବେଶ ପସନ୍ଦ କରୁଥିଲେ।
– ସେ ସମ୍ପୂର୍ଣ୍ଣ ନିରାମିଷ ଖାଇବାକୁ ଇଚ୍ଛା କରିଥିଲେ ମଧ୍ୟ ମାଛ ଖାଇବା ଛାଡ଼ିପାରିନଥିଲେ। ଏହି କଥା ସେ ନିଜ ମା’ଙ୍କୁ ଏକ ଚିଠି ମାଧ୍ୟମରେ ଲେଖି ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories