www.samajalive.in
Monday, December 15, 2025
15.1 C
Bhubaneswar

ଭେଜାଲ ଲଙ୍କା ଓ ହଳଦୀ ପରେ ନକଲି ଚା’ ଗୁଣ୍ଡ କମ୍ପାନୀ ଠାବ

ବ୍ରହ୍ମପୁର: ଲଙ୍କା ଓ ହଦଳିଗୁଣ୍ଡ ଅପମିଶ୍ରଣ କାରଖାନା ଠାବ ହେବାର ଦିନକ ପରେ ବ୍ରହ୍ମପୁର ସହରରୁ ଏକ ନକଲି ଚା’ କମ୍ପାନୀକୁ ଠାବ କରିଛି ପୁଲିସ। ଏହି ବେଆଇନ କମ୍ପାନୀରେ ବିଭିନ୍ନ ବ୍ରାଣ୍ଡର ଚା’ ପତି(ଗୁଣ୍ଡ) ପ୍ରସ୍ତୁତ କରାଯାଉଥିବା ବେଳେ କମ୍ପାନୀ ପାଖରେ କୌଣସି ଲାଇସେନ୍ସ ନଥିବା ଜଣାପଡ଼ିଛି। ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟ ପଣ୍ଡା କଲୋନୀରେ ଦୀର୍ଘ ଦିନ ହେବ ଚାଲୁଥିବା ଏହି ନକଲି ଚା’ ଗୁଣ୍ଡ କମ୍ପାନୀ ବିଷୟରେ ସୂଚନା ମିଳିବା ପରେ ବ୍ରହ୍ମପୁର ପୁଲିସର ଏକ ସ୍ବତନ୍ତ୍ର ଟିମ ସେଠାରେ ଚଢଉ କରିଥିଲା। ସେଠାରୁ ବିଭିନ୍ନ ବ୍ରାଣ୍ଡର ୭୦୦ କେଜିରୁ ଊର୍ଦ୍ଧ୍ବ ଚା’ ପତି ଜବତ କରାଯାଇଥିଲା। ଆସାମ କଡକ୍ ଟି ବ୍ରାଣ୍ଡର ୨୬୦ କେଜି ଚା’ ଗୁଣ୍ଡ ପ୍ୟାକେଟ, ସୂର୍ୟ୍ୟଗୋଲ୍ଡ ବ୍ରାଣ୍ଡର ୩୯୦ କେଜି ଓ ଡନ୍ ଟି ବ୍ରାଣ୍ଡ୍‌ର ୭୫ କେଜି ଚା’ ଗୁଣ୍ଡ ସହ ୨ ଟି ରସ କଣ୍ଟେନର ଓ ୧୨ କେଜି ଗୁଣ୍ଡ ଚା’ ପତି ଜବତ ହୋଇଛି। ଏହା ବାଦ ସେଠାରୁ ବିପୁଳ ପରିମାଣର ପଲିଥିନ ଓ ବ୍ୟାଗ, ଓଜନ ମେସିନ ଏବଂ ପ୍ୟାକିଂ ମେସିନ ମଧ୍ୟ ଜବତ କରାଯାଇଛି।

ଏହି ନକଲି କମ୍ପାନୀ ଚଳାଉଥିବା ପ୍ରମୋଦ ସାହୁଙ୍କୁ ପୁଲିସ ଗିରଫ କରିଛି। ଏ ନେଇ ବୈଦ୍ୟନାଥପୁର ଥାନାରେ କେସ ନଂ ୨୫/୨୧ରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି। ଚା’ ପତି ପ୍ୟାକିଂ କରିବା ତଥା ବ୍ରାଣ୍ଡିଂ କରି ବିକିବା ପାଇଁ ଅଭିଯୁକ୍ତ ପ୍ରମୋଦଙ୍କ ନିକଟରେ କୌଣସି ପ୍ରକାର ଲାଇସେନ୍ସ କିମ୍ବା ଟ୍ରେଡମାର୍କ ନଥିବା ତଦନ୍ତ ବେଳେ ଜଣାପଡ଼ିଛି। ସେ ଆସାମ ଭଳି ରାଜ୍ୟରୁ କମ ଦାମରେ ଚା’ ଗୁଣ୍ଡ ଆଣି ତାକୁ ବିଭିନ୍ନ ବ୍ରାଣ୍ଡ ନାଁରେ ବିକ୍ରି କରୁଥିଲେ। ସେହିପରି ଅଭିଯୁକ୍ତ ଜଣଙ୍କ ଖାଦ୍ୟ ସୁରକ୍ଷା ଓ ଗୁଣବତା ନିୟମ ଉଲ୍ଲଙ୍ଘନ କରିବା ସହ ପ୍ରତ୍ୟେକ ପ୍ୟାକେଟ ଉପରେ ଲେଖାଥିବା ବାର କୋଡ, ଟ୍ରେଡ ମାର୍କ, ବ୍ୟାଚ ନମ୍ବର ଓ ପ୍ୟାକେଜିଂ ତାରିଖ ଆଦିକୁ ଜାଲିଆତି କରୁଥିଲେ ବୋଲି ପୁଲିସ କହିଛି। ଗତକାଲି ବ୍ରହ୍ମପୁର ସହରର ପାଣ୍ଡବନଗର, ଲକ୍ଷ୍ମରନୃସିଂହ ସାହି ଓ ନୂଆ ରାଜାସାହିରୁ ବିପୁଳ ପରିମାଣରେ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଠାବ କରାଯାଇଥିଲା। ଏହା ପୂର୍ବରୁ ସହରରେ ନକଲି ପାଣି ବୋତଲ କାରଖାନା, ଇଞ୍ଜିନ ଅଏଲ କାରଖାନା ଓ ନକଲି ବିଦେଶୀ ମଦ କାରଖାନା ଠାବ ହୋଇସାରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories