www.samajalive.in
Sunday, December 14, 2025
15.1 C
Bhubaneswar

ପୁଣି ଆସିବ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍

ଭୁବନେଶ୍ୱର: ରାଜ୍ୟରେ ଷଷ୍ଠ ଦିନରେ କରୋନା ଟିକାକରଣ ଲକ୍ଷ୍ୟଧାର୍ୟ୍ୟର ୧୨୪ ପ୍ରତିଶତ ହୋଇଛି। ରାଜଧାନୀରେ ୮୫ ପ୍ରତିଶତ ଟିକାଦାନ ହୋଇଛି। ଶୁକ୍ରବାର ଅନୁଗୋଳ, ବରଗଡ଼, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା ଓ ସୁବର୍ଣ୍ଣପୁରରେ ଟିକାଦାନ କାର୍ୟ୍ୟକ୍ରମ ବନ୍ଦ ରହିଛି। ଆଗାମୀ ଦିନରେ ଏହି କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଆସନ୍ତା ସପ୍ତାହରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ପୁଣି ଆସୁଥିବା ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ, ଏଣିକି ରାଜ୍ୟର ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳ, ବୁଧ ଓ ଶୁକ୍ରବାର ହିଁ ଟିକାଦାନ କରାଯିବ। ରବିବାର ଟିକାଦାନ କାର୍ୟ୍ୟକ୍ରମ ବନ୍ଦ ରହିବ। ମାତ୍ର ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ସୁବିଧା ଅନୁଯାୟୀ ଟିକାକରଣ କରାଯିବ। ଗତ ପାଞ୍ଚଦିନରେ ଲକ୍ଷ୍ୟଧାର୍ୟ୍ୟ ଠାରୁ ଅଧିକ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଛନ୍ତି, ତେଣୁ ଆଜି ଏହି ହାର ୮୫ ପ୍ରତିଶତରେ ରହିଛି। ତେବେ ଟିକାଦାନର ପ୍ରଥମ ଦିନ ୧୩ ହଜାର ୯୮୦, ଦ୍ୱିତୀୟଦିନ ୩୨ହଜାର ୨୫୬, ତୃତୀୟ ଦିନରେ ୧୪ହଜାର ୨୯୧, ଚତୁର୍ଥ ଦିନରେ ୭୯୪୬ ଏବଂ ଗତକାଲି ୪୩୬ କେନ୍ଦ୍ରରେ ୪୪, ୮୮୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଥିଲା। ୨୧ ତାରିଖ ସୁଦ୍ଧା ୧ ଲକ୍ଷ ୧୩, ୬୨୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ କରାଯାଇଥିବା ବେଳେ ଆଜିର ଟିକାଦାନ ପରେ ସଂଖ୍ୟା ୧ ଲକ୍ଷ ୩୧ ହଜାର ୧୪୪କୁ ଛୁଇଁଛି।

- Advertisement -

ସ୍ବାସ୍ଥ୍ୟ ବିଭାଗର ପ୍ରାଥମିକ ପର୍ୟ୍ୟାୟ ଲକ୍ଷ୍ୟ ଧାର୍ୟ୍ୟ ୧ଲକ୍ଷ ୯୨ ହଜାର ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ପ୍ରାୟ ୭୨ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ଆଉ ଗୋଟିଏ ସପ୍ତାହ ମଧ୍ୟରେ ଟିକାଦାନ କାର୍ୟ୍ୟକ୍ରମ ଶେଷ ହେବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଆଜି ୧୫୦ ସେସନରେ ୧୩,୧୯୫ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ନିମନ୍ତେ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିବା ବେଳେ ୧୬ ହଜାର ୩୮୪ଜଣ ଟିକା ନେଇଛନ୍ତି। ଏହାବାଦ୍ ଭୁବନେଶ୍ୱରରେ ଗତକାଲି ୧,୧୩୭ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ଟିକା ନେବା ଦ୍ୱାରା ପାର୍ଶ୍ବ ପ୍ରତିକ୍ରିୟା ଦେଖାଯିବା ଘଟଣାକୁ ନେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଟିକା ନେବା ପରଠୁ ରାଜ୍ୟରେ ସମୁଦାୟ ୪ଟି କେସ୍‌ ଦେଖାଦେଇଥିଲା, ଏବେ ସମସ୍ତେ ସୁସ୍ଥ ଅଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories