www.samajalive.in
Monday, December 15, 2025
15.1 C
Bhubaneswar

ବୈଠକ ବିଫଳ: କୃଷକଙ୍କୁ ସରକାରଙ୍କ ଚରମ ବାଣୀ, ପ୍ରସ୍ତାବ ନ ମାନିଲେ ଆଲୋଚନା ବନ୍ଦ

ନୂଆଦିଲ୍ଲୀ: ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର ସରକାର ଚରମ ବାଣୀ ଶୁଣାଇଛନ୍ତି। ଶୁକ୍ରବାର ଉଭୟ ପକ୍ଷଙ୍କ ମଧ୍ୟରେ ଅନୁଷ୍ଠିତ ଏକାଦଶ ପର୍ୟ୍ୟାୟ ଆଲୋଚନା ବିଫଳ ହେବା ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ସରକାର କୃଷକ ସଂଗଠନ ଗୁଡ଼ିକୁ ଶେଷ ସୁଯୋଗ ଦେଇଛନ୍ତି। ନୂଆ କୃଷି ଆଇନକୁ ଦେଢ଼ ବର୍ଷ ପର୍ୟ୍ୟନ୍ତ ସ୍ଥଗିତ ରଖିବା ପ୍ରସ୍ତାବରେ ସେମାନେ ରାଜି ନ ହେଲେ ଆଉ ଆଲୋଚନାର ପ୍ରଶ୍ନ ଉଠୁନାହିଁ। ଆବଶ୍ୟକ ହେଲେ ସରକାର ଦୁଇ ବର୍ଷ ପର୍ୟ୍ୟନ୍ତ ଆଇନର କାର୍ୟ୍ୟକାରିତାକୁ ସ୍ଥଗିତ ରଖିବାକୁ ପ୍ରସ୍ତୁତ।

- Advertisement -

ଆଇନ ସ୍ଥଗିତ ରଖିବା ଓ ଆଇନ ସମ୍ପର୍କରେ ବିଚାର ବିମର୍ଶ ପାଇଁ ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ସାନି କମିଟି ଗଠନ କରିବା ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ କୃଷକ ସଂଗଠନ ଗ୍ରହଣ ପୂର୍ବକ ଆଲୋଚନା ପାଇଁ ସମ୍ମତି ପ୍ରକାଶ କଲେ ହିଁ ପରିବର୍ତ୍ତୀ ପର୍ୟ୍ୟାୟ ବୈଠକ ସମ୍ଭବ; ନଚେତ୍‌ ସରକାର ଏଥିରୁ ଓହରିଯିବାକୁ ପ୍ରସ୍ତୁତ ବୋଲି ତୋମାର ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। କେତେକ ଶକ୍ତି ନିଜର ବ୍ୟକ୍ତିଗତ ଫାଇଦା ଓ କିଛି ରାଜନୈତିକ ଉଦ୍ଦେଶ୍ୟରେ ଏହି ଆନ୍ଦୋଳନକୁ ଚାଲୁ ରଖିବାକୁ ଚାହୁଁଛନ୍ତି। ଆନ୍ଦୋଳନ ଯଦି ତା’ର ପବିତ୍ରତା ଓ ମୌଳିକତା ହରାଏ, ତେବେ କୌଣସି ସମାଧାନ ବାହାରିବା ସମ୍ଭବପର ନୁହେଁ ବୋଲି ଶ୍ରୀ ତୋମାର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ପ୍ରସ୍ତାବ ସର୍ବୋତ୍ତମ ଓ ଏହା ଚୂଡ଼ାନ୍ତ। ସମାଧାନ ପାଇଁ କୌଣସି ବିକଳ୍ପ ଆଉ ସରକାରଙ୍କ ପାଖରେ ନାହିଁ। ଆଇନରେ କୌଣସି ଅଭାବ, ଅସୁବିଧା, ଆଶଙ୍କା ଓ ସମସ୍ୟା ନାହିଁ; ଅତଏବ କୃଷକ ସଂଗଠନ ଗୁଡ଼ିକ ଏହା ଉପରେ ଭଲ ଭାବେ ଚିନ୍ତା କରନ୍ତୁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories