www.samajalive.in
Monday, December 15, 2025
24.1 C
Bhubaneswar

ମାହାଙ୍ଗା ଡବଲ ମର୍ଡର ଘଟଣା, କୋର୍ଟରେ ଆତ୍ମସମର୍ପଣ କଲା ନବମ ଅଭିଯୁକ୍ତ

କୁଆଁପାଳ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ନବମ ଅଭିଯୁକ୍ତ ମଳୟ ବାରିକ ସାଲେପୁର ଜେଏମ ଏଫସି କୋର୍ଟରେ ଆତ୍ମସମର୍ପଣ କରିଛି। ଶୁକ୍ରବାର ଅପରାହ୍ଣରେ ସେ ଓକିଲ ସହାୟତାରେ ସେ କୋର୍ଟକୁ ଯାଇଥିଲା। ପୂର୍ବରୁ ଏହି ଘଟଣାରେ ପଞ୍ଚାନନ ସେଠୀ, କୈଳାସ ଖଟୁଆ, ଅରବିନ୍ଦ ଖଟୁଆ, ଉମେଶ ଖଟୁଆ, ଚୈତନ୍ୟ ସେଠୀ, ଲଳିତ ମୋହନ ବରାଳ, କ୍ଷିତୀଶ ଆଚାର୍ୟ୍ୟ ଓ ଭିକାରି ଚରଣ ସ୍ୱାଇଁଙ୍କୁ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୨ ତାରିଖରେ ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସମ୍ପର୍କୀୟ ଦାଦା ଦିବ୍ୟସିଂ ବରାଳଙ୍କୁ ନିର୍ମମଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ଶତ୍ରୁତା ଓ ଦୁର୍ନୀତିର ରହସ୍ୟ ଖୋଲିବାରୁ କୁଳମଣିଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ଓ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସର ୫ଟି ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଦ୍ୟାବଧି ୮ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories