www.samajalive.in
Monday, December 15, 2025
16.1 C
Bhubaneswar

ବିଯୁକ୍ତ ୧୪ ଡିଗ୍ରୀ ସେଲସିୟସ୍ ଥଣ୍ଡା ପାଣିରେ ବୁଡ଼ ପକାଇଲେ ପୁତିନ

ମସ୍କୋ: ବିଶ୍ବର ଅନ୍ୟତମ ଫିଟ୍‌ ରାଷ୍ଟ୍ରମୁଖ୍ୟ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଖୁବ୍‌ ଧର୍ମବିଶ୍ବାସୀ। ସମ୍ପ୍ରତି ସେ ଖ୍ରୀଷ୍ଟିଆନ ରୀତିନୀତି ଆଧାରରେ ବିଯୁକ୍ତ ୧୪ଡିଗ୍ରୀ ସେଲ୍‌ସିୟସ୍‌ ଥଣ୍ଡା ପାଣିରେ ବୁଡ଼ ପକାଇଥିବାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବା ପରେ ଏହାର ପ୍ରମାଣ ମିଳିଛି। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କର ଏକ ପର୍ବ ‘ଫିଷ୍ଟ ଡେ’ ବା ‘ଇପିଫନି’ ପାଳନ ଅବସରରେ ୬୮ବର୍ଷୀୟ ପୁତିନ ଧାର୍ମିକ ରୀତିନୀତି ଆଧାରରେ ବୁଡ଼ ପକାଇଥିବା ପ୍ରକାଶ। ଇପିଫନି ଅବସରରେ ବରଫ ପାଣିରେ ବୁଡ଼ ପକାଇବା ଅତ୍ୟନ୍ତ ପବିତ୍ର ବୋଲି ବିଚାର କରାଯାଇଥାଏ। ଭଗବାନ ଯିଶୁ ଯାର୍ଡନ ନଦୀରେ ବୁଡ଼ ପକାଇଥିବା ତିଥିରେ ଖ୍ରୀଷ୍ଟ ଧର୍ମାବଳମ୍ବୀମାନେ ବୁଡ଼ ପକାଇଲେ ସମସ୍ତ ପାପ ନାଶନ ହେବାର ବିଶ୍ବାସ ରହିଛି। ପୁତିନ ସମ୍ପୂର୍ଣ୍ଣ ଫୁଙ୍ଗୁଳା ଦେହରେ ସେ ବରଫ ପାଣିରେ ଗାଧୋଉଥିବାର ଫଟୋ ଦେଖିଲେ ​ଯେ କେହି ବିସ୍ମିତ ହୋଇଯିବ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories