www.samajalive.in
Friday, December 12, 2025
17.1 C
Bhubaneswar

ପ୍ରଥମ ଦିନରେ ବାଇଡେନଙ୍କ ୧୭ ନିଷ୍ପତ୍ତି

ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ପ୍ରଥମ ଦିନରେ କାର୍ୟ୍ୟରେ ୧୭ଟି ବଡ ପ୍ରଶାସନିକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏହି ଅନୁଯାୟୀ ଆମେରିକା ପୁନର୍ବାର ପ୍ୟାରିସ୍ ଜଳବାୟୁ ବୁଝାମଣାରେ ସାମିଲ ହେବା ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’)କୁ ପାଣ୍ଠି ଯୋଗାଣକୁ କାର୍ୟ୍ୟକାରୀ କରିବ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ୟ୍ୟକାଳ ସମୟରେ ଆମେରିକା ପ୍ୟାରିସ ଜଳବାୟୁ ବୁଝାମଣାରୁ ଓହରି ଯିବା ସହିତ ହୁ’ ପାଣ୍ଠି ଯୋଗାଣ ବନ୍ଦ କରିଦେଇଥିଲେ। ବାଇଡେନଙ୍କ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପ୍ରଥମ ଦିନରେ ନିଆଯିବାକୁ ଥିବା ଅନ୍ୟ ନିଷ୍ପତ୍ତି ମଧ୍ୟରେ ରହିଛି ମୁସଲମାନ ବହୁଳ ରାଷ୍ଟ୍ରର ନାଗରିକଙ୍କ ଆମେରିକା ଆଗମନ କଟକଣା ଉଚ୍ଛେଦ।

ଆମେରିକା-​ମେକ୍ସିକୋ ସୀମାରେ ପ୍ରାଚୀର ନିର୍ମାଣ ନିଷ୍ପତ୍ତି ସ୍ଥଗିତ ରଖିବା। ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ଦେଶାଟନ ନୀତିକୁ ଉଚ୍ଛେଦ କରିବା। ଅବୈଧ ଭାବେ ଆମେରିକାରେ ରହିଆସୁଥିବା ବିଦେଶୀଙ୍କୁ ନାଗରିକତ୍ବ ପ୍ରଦାନ ନେଇ ନୂଆ ନୀତି ନିର୍ଦ୍ଧାରଣ କରିବା। ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଫେଡେରାଲ ବିଲ୍ଡିଂର ସମସ୍ତ କର୍ମଚାରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ଭଳି ନିଷ୍ପତ୍ତି ବାଇଡେନ ପ୍ରଶାସନ ନେଇଛି। ଏପରିକି ନୂଆ ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ପ୍ରଥମ ୧୦୦ କାର୍ୟ୍ୟଦିବସରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ଏହା ସହିତ ଡିଫରର୍ଡ ଆକ୍ସନ ଫର ଚାଇଲ୍ଡହୁଡ ଆରାଇଭାଲ(ଡିଏସିଏ) ପ୍ରୋଗ୍ରାମକୁ ପୁନର୍ବାର କାର୍ୟ୍ୟକାରୀ କରିବାକୁ ବାଇଡେନ ପ୍ରଶାସନ ଏହାର କ୍ୟାବିନେଟକୁ ନିର୍ଦେଶ ଦେବେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories