www.samajalive.in
Monday, December 15, 2025
14.1 C
Bhubaneswar

ମିିଲର -ସରକାର ମେଣ୍ଟ; ଅରୁଆ ଉଷୁନା ରାଜନୀତିରେ ପେଷି ହେଉଛନ୍ତି ଚାଷୀ:ବିଜେଡ଼ି

ଭୁବନେଶ୍ୱର: ରାଜ୍ୟ ସରକାର ମିଲର ମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି। ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ ମିଲରମାନଙ୍କ ପାଇଁ ଓକିଲାତି କରୁଛନ୍ତି। ଉଷୁନା ଚାଉଳକୁ ଉତ୍ପାଦନ କଲେ ମିଲରମାନେ ଲାଭବାନ ହୁଅନ୍ତି। ଓଡିଶାର ମିଲରମାନଙ୍କ ପାଖରେ ଉଷୁନା ଚାଉଳ ଗଚ୍ଛିତ ହୋଇଥିବାରୁ ସେମାନେ ଏହାକୁ ଆଗ ଖାଲି କରିବାକୁ ଚାହୁଁଛନ୍ତି। ଏକ କ୍ୱିଂଟାଲ ଧାନରୁ ଅରୁଆ ଅପେକ୍ଷା ଉଷୁନା ଚାଉଳ କଲେ ୫ ରୁ ୭ ପ୍ରତିଶତ ଅଧିକ ଚାଉଳ ହୁଏ। ଉଷୁନା ଚାଉଳ କୁଣ୍ଡାରେ ୭ ରୁ ୮ ପ୍ରତିଶତ ଅଧିକ ତେଲ ରହିଛି ଯେଉଁଥିରୁ ରାଇସ ବ୍ରାନ ତେଲ ପ୍ରସ୍ତୁତ ହେଉଛି। ଏହା ମିଲରମାନଙ୍କ ପାଇଁ ଲାଭଦାୟକ। ଅରୁଆ ଚାଉଳ ଶୀଘ୍ର ଭାଙ୍ଗିଯିବା ଯୋଗୁଁ ଉଷୁନା ଚାଉଳକୁ ମିଲର ମାନେ ପ୍ରାଧାନ୍ୟ ଦିଅନ୍ତି। ଯେଉଁ ମିଲର ଉଷୁନା ତିଆରି କରୁଛନ୍ତି ସେମାନେ ଏହି ସବୁ ଲାଭ ପାଉଛନ୍ତି। ଅନ୍ୟପଟେ ମିଲର ମାନେ ଅରୁଆ ଚାଉଳ କଲେ ସମସ୍ତ ଚାଉଳ କିଣିବାକୁ ଏଫସିଆଇ ପ୍ରସ୍ତୁତ ରହିଛି ବୋଲି ଡିସେମ୍ବର ମାସରୁ ଏକ ଚିଠିରେ ଏଫସିଆଇ ଜଣାଇଛି। ଏହି ଚିଠି ପାଇବା ସତ୍ୱେ ରାଜ୍ୟ ସରକାର ଏହାର ସ୍ପଷ୍ଟିକରଣ ରାଜ୍ୟବାସୀଙ୍କୁ ଦେଇନାହାଁନ୍ତି କି ମିଲରମାନଙ୍କୁ ଅରୁଆ ଚାଉଳ କରିବା ପାଇଁ ନିର୍ଦ୍ଦେଶ ଦେଇ ନାହାଁନ୍ତି। ମିଲରମାନେ ଉଷୁନା ଚାଉଳ କି ଅରୁଆ ଚାଉଳ କରିବେ ରାଜ୍ୟସରକାର ନିଷ୍ପତି ନିଅନ୍ତୁ। ଚାଷୀ ଧାନ ବିକେ, ଅରୁଆ ଉଷୁନା ବୁଝେ ନାହିଁ। ଉଷୁନା ଚାଉଳ ତିଆରି କଲେ ମିଲର ମାନଙ୍କୁ ଅଧିକ ଫାଇଦା ହେଉଥିବାରୁ ଉଭୟ ମିଲର ଏବଂ ରାଜ୍ୟ ସରକାର ଉଷୁନା ଚାଉଳ ପାଇଁ କହୁଛନ୍ତି। ସେହି ରାଜନୀତିରେ ନିରୀହ ଚାଷୀ ପେଷି ହେଉଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ଓଡିଶାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ନୂଆ କୁମ୍ଭୀର କାନ୍ଦଣା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାର ଉଷୁନା ଚାଉଳ ନନେଲେ ଚାଷୀଙ୍କ ଉପରେ ବୋଝ ପଡିବ। କିନ୍ତୁ ବାସ୍ତବରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ନୁହେଁ ବରଂ ମିଲରଙ୍କ ପାଇଁ ବେଶୀ ଚିନ୍ତା କରୁଛନ୍ତି। ଚାଷୀଙ୍କ ଠାରୁ ଧାନ ରାଜ୍ୟ ସରକାର ଉଠାଇବା କଥା ଏବଂ ଏହି ଧାନକୁ ମିଲରକୁ ଦେଇ ଉଷୁନା କିମ୍ବା ଅରୁଆ କରିବା କଥା। ସେହି ଚାଉଳକୁ ରାଜ୍ୟ ସରକାର ଏଫସିଆଇକୁ ଦେବେ ନହେଲେ ନିଜ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରଖିପାରିବେ। କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୫୦ ପ୍ରତିଶତ ଉଷୁନା ଚାଉଳ ସହ ଅଧିକରୁ ଅଧିକ ଅରୁଆ ଚାଉଳ କିଣାଯାଉ। ଉଭୟ ଏଫସିଆଇ ଏବଂ ରାଜ୍ୟ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଉଷୁନା ଚାଉଳ ଅଛି। ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହୋଇଯିବ ବୋଲି ଏଫସିଆଇ ଜଣାଇଛି। ଅନ୍ୟ ରାଜ୍ୟମାନଙ୍କରେ ଅରୁଆ ଚାଉଳ ଲୋକ ଖାଆନ୍ତି। ରାଜ୍ୟ ସରକାର ମିଲର ମାନଙ୍କୁ ଅରୁଆ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଯେତେ ଅରୁଆ ଚାଉଳ ଦେବେ କେନ୍ଦ୍ର କିଣିବାକୁ ପ୍ରସ୍ତୁତ ଅଛି ବୋଲି ଏଫସିଆଇ ଚିଠିରେ ଉଲ୍ଲେଖ ରହିଛି। କିନ୍ତୁ ବିଜେଡି ବିଧାୟକମାନେ ପ୍ରେସମିଟରେ ଏହି କଥାକୁ ଲୁଚାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି।
ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି। ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି। କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭିତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି। ଏହି ଅର୍ଥ କାହିଁକି ଖର୍ଚ୍ଚ କରାଯାଉନାହିଁ ରାଜ୍ୟ ସରକାର ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି।  ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories