www.samajalive.in
Friday, December 5, 2025
26.1 C
Bhubaneswar

ନିର୍ଭୟା କେନ୍ଦ୍ରରେ ନାବାଳିକାଙ୍କ ଚାଞ୍ଚଲ୍ୟକର ତଥ୍ୟ: ୫ ବର୍ଷରେ ୪୪ ଜଣ କରିଛନ୍ତି ଗଣଦୁଷ୍କର୍ମ, ୨୦ ଗିରଫ

କେରଳର ମଲପୁରମ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ସହିତ ୪୪ ଜଣ ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ଭିତରେ ନାବାଳିକା ଜଣକ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁସାରେ, ୨୦୧୬ ମସିହାରେ ନାବାଳିକା ଜଣକ ୧୩ ବର୍ଷର ହୋଇଥିବାବେଳେ ପ୍ରଥମେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହା ପରେ ପୁଣି ଥରେ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ୨ୟ ଘଟଣା ପରେ ତାଙ୍କୁ ଶିଶୁ ଗୃହକୁ ପଠାଯାଇଥିଲା। ଗତ ବର୍ଷକ ତଳେ ତାଙ୍କୁ ଶିଶୁ ଗୃହରୁ ପରିବାର ଲୋକଙ୍କ ସହିତ ରହିବାକୁ ଅନୁମତି ଦିଆଯାଇଥିଲା। ଫଳରେ ସେ ତାଙ୍କର ମା’ ଏବଂ ଭାଇଙ୍କ ସହିତ ରହୁଥିଲେ। କିନ୍ତୁ ଶିଶୁ ଗୃହରୁ ବାହାରିବା ପରେ ତାଙ୍କ ସହିତ ଅନେକ ଲୋକ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ବର୍ତ୍ତମାନ ସୁଦ୍ଧା ୨୦ ଅଭିଯୁକ୍ତଙ୍କୁ ଗିରଫ କରିସାରିଛି।

- Advertisement -

ମଲପୁରମ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ରାଜେଶ ଭାସ୍କର କହିଛନ୍ତି ଯେ, ନାବାଳିକା ଜଣକ ପ୍ରଥମେ ଶିଶୁ ଗୃହରେ ରହୁଥିଲେ। କିନ୍ତୁ ବର୍ଷକ ତଳେ ତାଙ୍କ ଘର ଲୋକଙ୍କ କଥା ଅନୁସାରେ ନାବାଳିକାଙ୍କୁ ଶିଶୁ ଗୃହରୁ ଘରକୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ମହମ୍ମଦ ହନୀଫା ଗଣମାଧ୍ୟମକୁ କହିଛନ୍ତି ଯେ, ନାବାଳିକା ଜଣକ ଏକ ନିର୍ଭୟା କେନ୍ଦ୍ରରେ କାଉନସେଲିଂ ସମୟରେ ସମସ୍ତ ଘଟଣା ସମ୍ପର୍କରେ କହିଥିଲେ। ସେ ଶିଶୁ ଗୃହରୁ ବାହାରିବା ପରେ ଅନେକ ଦିନ ଧରି ନିଖୋଜ ରହିଥିଲେ। ଗତ ଡିସେମ୍ବର ମାସରେ ପଲକ୍କଡ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।

ସେଠାରୁ ତାଙ୍କୁ ଘରଲୋକେ ନିର୍ଭୟା କେନ୍ଦ୍ରରେ ଛାଡ଼ିଥିଲେ। କେନ୍ଦ୍ରରେ କାଉନସେଲିଂ ସମୟରେ ସେ ଅଧିକାରୀମାନଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଥିଲେ। ଏହା ପରେ ପୁଲିସ ତୁରନ୍ତ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବା ସହିତ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories