www.samajalive.in
Saturday, December 6, 2025
23.1 C
Bhubaneswar

ଜନ୍ମଦିନ ଅବସରରେ ଜାଣନ୍ତୁ କାଜଲଙ୍କ ଜୀବନର କିଛି ଖାସ୍‍ କଥା

ମୁମ୍ବଇ : କାଜଲ ବଲିଉଡ଼ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଆନ୍ତି। ଏହି ଅଭିନେତ୍ରୀ ୫ ଅଗଷ୍ଟ ୧୯୭୪ ମସିହାରେ ଅଭିନୟ ଦୁନିଆ ସହ ଜଡ଼ିତ ଏକ ପରିବାରରେ ଜନ୍ମ ନେଇଥିଲେ। ତାଙ୍କ ପିତା ସୋମୁ ମୁଖାର୍ଜୀ ଜଣେ ନିର୍ଦ୍ଦେଶକ ଓ ଲେଖକ। ମାଆ ତନୁଜା ଜଣେ ଲୋକପ୍ରିୟ ଅଭିନେତ୍ରୀ।

ଅଭିନୟ ଜୀବନ ମଧ୍ୟରେ କାଜଲ ଅଜୟ ଦେବ୍‍ଗାନ୍‍ଙ୍କୁ ପ୍ରେମ କରି ଥିଲେ ଓ ବିବାହର ନିଷ୍ପତ୍ତି ନେଇଥିଲେ। କାଜଲଙ୍କ ଲଭ୍‍ଷ୍ଟୋରୀ କୌଣସି ଚଳଚ୍ଚିତ୍ର କାହାଣୀରୁ କମ୍‍ ନୁହେଁ। ବାସ୍ତବରେ, କାଜଲଙ୍କ ପୂର୍ବରୁ ଅଜୟଙ୍କର କରିଶ୍ମା କପୁରଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଦୁହେଁ ବହୁ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିଥିଲେ। ସେହି ସମୟରେ ଅଜୟ ଓ କରିଶ୍ମାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ‘ହଲ୍‍ଚଲ୍‍’ ଚଳଚ୍ଚିତ୍ରର ସୁଟିଂ ବେଳେ ଅଜୟ ଓ କାଜଲଙ୍କ ପ୍ରଥମ ଦେଖାହୋଇଥିଲା। ପ୍ରଥମେ ଅଜୟ କାଜଲଙ୍କୁ ପସନ୍ଦ ମଧ୍ୟ କରୁ ନଥିଲେ। ଏକ ସାକ୍ଷାତକାରରେ ଅଜୟ କହିଥିଲେ, ସେ ବହୁତ ପାଟିତୁଣ୍ଡ କରୁଥିବା, ଅହଂକାରୀ ଓ ବହୁତ କଥା କହୁଥିବା ଝିଅ ଥିଲେ। ଆମ ଦୁହିଁଙ୍କ ସ୍ୱଭାବ ସମ୍ପୂର୍ଣ୍ଣ ଅଲଗା ଓ ଏହି ଗୁଣ ବୋଧେ ଆମ ଦୁହିଁଙ୍କୁ ନିକଟତର କରାଇଲା। ସେହି ଚଳଚ୍ଚିତ୍ର ସୁଟିଂ ସମୟରେ ହିଁ କାଜଲ ଓ ଅଜୟଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ହୋଇ ଯାଇଥିଲା। ଯେତେବେଳେ ଅଜୟ ଓ କରିଶ୍ମା ସାଥିରେ ଥିଲେ ଅପର ପାର୍ଶ୍ବରେ ସେତେବେଳେ କାଜଲ ନିଜ ବନ୍ଧୁ କାର୍ତ୍ତିକ ମେହେତାଙ୍କ ସହ ସମ୍ପର୍କରେ ଥିଲେ। କୁହାଯାଏ କାର୍ତ୍ତିକ ଓ କାଜଲଙ୍କ ସମ୍ପର୍କ ଠିକ୍‍ ଚାଲୁ ନଥିଲା ସେଥିପାଇଁ କାଜଲ ଅଜୟଙ୍କ ନିକଟତର ହୋଇଥିଲେ। କାଜଲ ଆସିବା ପରେ କରିଶ୍ମା ଓ ଅଜୟଙ୍କ ପ୍ରେମ କାହାଣୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ୧୯୯୯ ମସିହାରେ କାଜଲ ଓ ଅଜୟ ବିବାହ କରିଥିଲେ।

- Advertisement -

ଆଜି କାଜଲ ଓ ଅଜୟଙ୍କ ଯୋଡ଼ି ବଲିଉଡ଼ର ଆଦର୍ଶ ଦମ୍ପତି ମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ଭାବେ ବିବେଚିତ ହେଉଛି। କାଜଲ ବର୍ତ୍ତମାନ ଗୋଟିଏ ଝିଅ ନ୍ୟାସା ଓ ଗୋଟିଏ ପୁଅ ୟୁଗ୍‍ ଙ୍କ ମାଆ। କାଜଲଙ୍କୁ ଶେଷ ଥର ପାଇଁ ରୋହିତ୍‍ ସେଟ୍ଟୀଙ୍କ ଚଳଚ୍ଚିତ୍ର ‘ଦିଲ୍‍ୱାଲେ’ ରେ ଦେଖିବାକୁ ମିଳିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories