www.samajalive.in
Saturday, December 6, 2025
23.1 C
Bhubaneswar

ଯମୁନାରେ ଭାରି ବନ୍ୟା;ଭାସିଗଲେ ୪ବାଳକ

ନୂଆଦିଲ୍ଲୀ: ଦିଲ୍ଲୀ ଆଲିପୁର ପାଶ୍ୱର୍ ଯମୁନା ନଦୀରେ ୪ଛାତ୍ର ବୁଡ଼ି ଯାଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ଅନ୍ୟ ୨ଜଣଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଞ୍ôଚଛନ୍ତି। ଉତ୍ତରାଖଣ୍ଡ ସମେତ ଯମୁନା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ଯମୁନା ନଦୀର ଜଳସ୍ତର ବଢିବାରେ ଲାଗିଛି। ପରିସ୍ଥିତିକୁ ଦେଖି ଦିଲ୍ଲୀର ତଟବର୍ତ୍ତୀ ଅଞ୍ଚଳକୁ ଖାଲି କରାଯାଇଛି। ଅଞ୍ଚଳବାସୀଙ୍କୁ ନିକଟସ୍ଥ ଉଦ୍ଧାର କେନ୍ଦ୍ରକୁ ପଠାଇ ଦିଆଯାଇଛି। ହରିୟାଣାର ହାତିନୀକୁଣ୍ଡ ବ୍ୟାରେଜରୁ ପାଣି ଛଡ଼ା ଯିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଛି। ପ୍ରଶାସନ ପକ୍ଷରୁ ନଦୀ ନିକଟକୁ ନଯିବାକୁ ସ୍ଥାନୀୟ ଲୋକଙ୍କୁ ଚେତାବନୀ ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories