www.samajalive.in
Sunday, December 7, 2025
14.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ , ଖାଦ୍ୟସହ ଜଡିତ ଏହି ବିଶେଷ ଉପାୟ

ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ବହୁ ଲୋକଙ୍କ ଏକ ପ୍ରକାର ସଉକ। ନିଜ ପସନ୍ଦ ଅନୁଯାୟୀ ହେଉ ଅଥବା ପାଟିର ସ୍ୱାଦ ପାଇଁ ହେଉ କିଛି ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ବହୁ ସମୟରେ ଏପରି ହୋଇଥାଏ ଯେ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହେବା ସହ ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜଳାପୋଡ଼ା ହେବା ଭଳି ମଧ୍ୟ ଅନୁଭୂତ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଏହା ଶରୀରର କ୍ଷତି କରିବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏସିଡ଼ିଟି, ବଦହଜିମି, ଡ଼ାଇରିଆ ଆଦି ଏହି କାରଣରୁ ହିଁ ସୃଷ୍ଟି ହୋଇଥାଏ। ମାତ୍ର କିଛି ସହଜ ଘରୋଇ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା
ବିଟ ଜୁସ –
ବିଟ ଜୁସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣାକୁ କମ କରିଥାଏ।
ପୁଦିନା ଜୁସ –
ପୁଦିନା ଜୁସରେ ଥିବା ପୋଷକ ତତ୍ତ୍ୱ ପେଟକୁ ଥଣ୍ଡା ରଖିଥାଏ। ତେଣୁ ନିୟମିତ ପୁଦିନା ଜୁସ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଜୁସ ପ୍ରସ୍ତୁତ ପାଇଁ ପ୍ରଥମେ ପୁଦିନାକୁ ପେଷି ଏହାର ରସରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ।
ପୁଦିନା ଓ ଗାଜର ଜୁସ –
ଗାଜର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏହାର ଜୁସ ପେଟକୁ ଥଣ୍ଡା ରଖିଥାଏ। ଯେଉଁ ଦିନ ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ବାହାରର ଖାଦ୍ୟ ଖାଉଛନ୍ତି, ସେ ଦିନ ନିଶ୍ଚୟ ଗାଜର ଓ ପୁଦିନାକୁ ମିଶାଇ ଜୁସ ପ୍ରସ୍ତୁତ କରି ପିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ହେଉଥିବା ଜଳାପୋଡ଼ା, ଏସିଡ଼ିଟି ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ।
ପାନମଧୁରୀ ପାଣି –
ପାନମଧୁରୀକୁ ରାତିରେ ପାଣିରେ ଭିଜାଇ ନିୟମିତ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।
ଅନେକ ସମୟରେ କାମ ପ୍ରଭାବ ହେଉ, ଥକ୍କାପଣ, କିମ୍ବା ରାଗ କାରଣରୁ ଲୋକେ ରାତି ସମୟରେ ଖାଦ୍ୟ ନଖାଇ ଖାଲିପେଟରେ ଶୋଇ ଯାଆନ୍ତି। କିଛି ଲୋକେ ମୋଟାପଣ ବୃଦ୍ଧି ଯୋଗୁଁ ରାତିରେ ଖାଦ୍ୟ ଖାଇନଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ……
ରାତି ଖାଇବା ସହ ପ୍ରୋଟିନ କିମ୍ବା କ୍ଷୀର ପିଇବା ମଧ୍ୟ ଆବଶ୍ୟକ। ଏହା ଶରୀରକୁ ସର୍ବଦା ସୁସ୍ଥ ରଖିଥାଏ।ରାତିରେ ଖାଦ୍ୟ ନଖାଇଲେ ସକାଳେ ଖୁବ ହାଲିଆ ଅନୁଭବ ହୋଇଥାଏ। କାର୍ୟ୍ୟ କରିବାର କ୍ଷମତା ହ୍ରାସ ପାଇଥାଏ।
ଶରୀରରେ ଶର୍କରାର ମାତ୍ରା ପ୍ରଭାବିତ ହେବା ସହ , କୋଲେଷ୍ଟେରୋଲ, ଥାଇରଏଡ଼ର ସ୍ତର ମଧ୍ୟ ପ୍ରଭାବିତ ହୋଇଥାଏ।
ଭୋକ କାରଣରୁ ରାତିରେ ଭଲ ଭାବେ ନିଦ ନହେବା ସହ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ଏହାସହ ବିଶେଷଜ୍ଞଙ୍କ ମତରେ ରାତିରେ ଖାଲିପେଟରେ ନ ଶୋଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories