www.samajalive.in
Tuesday, December 9, 2025
15.1 C
Bhubaneswar

ପିପିଳିଆରେ ହୋ ସଂପ୍ରଦାୟର ମାଘେ ପର୍ବ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଶିଶୁ ମନ୍ଦିର ନିକଟସ୍ଥ ମୁଣ୍ଡା ସାହିରେ ୫ମ ବାର୍ଷିକ ମାଘେ ପର୍ବ ପାଳିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋଲାପ ନାୟକ, ୬ ନଂ ୱାର୍ଡ଼ ମେମ୍ବର ଗୀତାଞ୍ଜଳି ମହାନ୍ତ, ରମାକାନ୍ତ ମହାନ୍ତ ମୁଖ୍ୟବକ୍ତା ଭାବେ ଶିଶୁ ମନ୍ଦିର ଗୁରୁଜୀ କବିବର ନାଏକ, କାଳନ୍ଦୀ ଚରଣ ମୁଣ୍ଡା ସାମାଜିକ କର୍ମୀ ଅଲେଖ ଚନ୍ଦ୍ର ନାୟକ, ଗଣିଆଁ ମହାପାତ୍ର ପ୍ରମୁଖ ଅନ୍ୟମାନେ ଯୋଗ ଦେଇଥିଲେ। ଗ୍ରାମର ହୋ ସମାଜର ମାର୍ଶାଲ ଅକାଳୀ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଭାପତି କୁଶ ମୁଣ୍ଡା ସଂଯୋଜନା କରିଥିଲେ। ଏଥିରେ ବିଭିନ୍ନ ଖେଳ ତଥା ହାଣ୍ଡିପିଟା,କଦଳୀ ଗଛ,ତୀର ମରା,ଫୁଟବଲ, ପୁଚି,ବେଲୁନ ଫଟା , ମେଜିକ ଚେୟାର ଓ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଖେଳରେ ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ରାଶି ୧୦୦ ଟଙ୍କା ଲେଖାଏଁ ସହ ଖାତା, ପେନସିଲ, ଚକଲେଟ, ଡିକ୍ସନାରୀ ବୁକ ଇତ୍ୟାଦି ପ୍ରଦାନ କରିଥିଲେ। ଲମ୍ବୋଦର ମୁଣ୍ଡା, ସୁଜୁନି ମୁଣ୍ଡା, ଚରଣ ମୁଣ୍ଡା, କୁନା ମୁଣ୍ଡା, ଯଦୁମଣି ମୁଣ୍ଡା, ଘନଶ୍ୟାମ ମୁଣ୍ଡା, ଜାନକି ମୁଣ୍ଡା, ଯାତ୍ରୀ ମୁଣ୍ଡା, ସମବାରି ମୁଣ୍ଡା, ଗଣେଶ୍ଵର ମୁଣ୍ଡା, ମଧୁସୂଦନ ମୁଣ୍ଡା,ରାଜୁ ମୁଣ୍ଡା, ଦମୟନ୍ତୀ ମୁଣ୍ଡା, ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories