ଧୁମଧାମରେ ହେଲା କୁକୁର ବାହାଘର: ଡ଼ିଜେ ବଜାଇ ବାହାରିଲା ବର, ରାସ୍ତାରେ ନାଚିଲେ ୮୦୦ ବରଯାତ୍ରୀ
ଭୋପାଳ: ପୂର୍ବରୁ କୁକୁର ବାହାଘର ଖବର ଆସିଛି । ହେଲେ ଗୋଟିଏ କୁକୁର ବାହାହେବାକୁ ୮୦୦ ବରଯାତ୍ରୀଙ୍କୁ ନେଇ ଯିବା ଓ ବରଯାତ୍ରୀମାନେ ଡ଼ିଜେ ତାଳରେ ରାସ୍ତାରେ ନାଚିବା ଘଟଣା ପ୍ରାୟତଃ ବିରଳ । ଏହି ଖବର ଆସିଛି ମଧ୍ୟପ୍ରଦେଶ ପୋଚିକାଗୁର୍ଭା ଗାଁରୁ ।
ମିଳିଥିବା ସୂଚନା ନୁସାରେ ଗାଁରେ ଅନେକ ଦିନ ହେଲା ଜଳସଙ୍କଟ ଲାଗି ରହିଛି । ପାଣି ପାଇଁ ଲୋକଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା । ଏହି ସମୟରେ ଯଦି ଗ୍ରାମବାସୀ କୁକୁର ବିବାହ କରିବେ ତେବେ ଜଳକଷ୍ଟ ଦୂର ହେବ ବୋଲି କେହି ଜଣେ ପ୍ରଚାର କରିଦେବା ପରେ ଗାଁ ଲୋକେ କୁକୁର ବିବାହ ଲାଗି ଅଣ୍ଟା ଭିଡ଼ିଥିଳେ । ଦୁଇଟି ନୀରବ ପଶୁଙ୍କ ବିବାହ ଦେଲେ ଇନ୍ଦ୍ର ଦେବ ଖୁସି ହୋଇ ବର୍ଷା କରିବେ ବୋଲି ଗ୍ରାମବାସୀ ବିଶ୍ବାସ କରିଥାଆନ୍ତି । ସେଥିପାଇଁ ସେମାନେ ଗୋଲୁ ନାମକ ଏକ ଅଣ୍ଡିରା କୁକୁର ସହ ରଶ୍ମୀ ନାମକ ଏକ ମାଇ କୁକୁରର ବିବାହ କରିବାକୁ ସ୍ଥିର କଲେ ।
ରଶ୍ମୀର ପାଳକ ପିତା ହେଉଛନ୍ତି ପୋଚିକାରାଗୱା ଗାଁର ମଲଚାନ୍ଦ ନାୟକ । ସେହିପରି ଗୋଲୁ ନାମକ ଅଣ୍ଡିରା କୁକୁରର ପାଳକ ପିତା ହେଉଛନ୍ତି ଉତ୍ତରପ୍ରଦେଶର ଅଶୋକ ଯାଦବ ।
Comments are closed.