www.samajalive.in
Sunday, December 14, 2025
15.1 C
Bhubaneswar

ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ସଚେତନ ନାଗରିକଙ୍କ ଘେରାବନ୍ଦୀ

ବଲାଙ୍ଗିର : ଚେହେରା ସମାନ। ସମସ୍ତେ ଚିହ୍ନା ମୁହଁ। ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ଆଗ ଧାଡିରେ ସେମାନେ ଠିଆ ହୁଅନ୍ତି। କିନ୍ତୁ ଶୁକ୍ରବାର ବଲାଙ୍ଗିରରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଜେଡିର ଚିହ୍ନା ମୁହଁଙ୍କ ହାତରେ ରହିଥିଲା ବ୍ୟାନର। ତାହା ପୁଣି ଅସମାଜିକ ତତ୍ତ୍ୱଙ୍କ ବିରୋଧରେ। କେବଳ ସଂଗଠନର ନାଁ ବଦଳିଥିଲା। ସଚେତନ ନାଗରିକ ବଲାଙ୍ଗିର। ସେହିପରି ସାଲ୍ୟୁଟ ବଲାଙ୍ଗିର ମଧ୍ୟ ସାମିଲ ହୋଇଥିଲା।

ଲମ୍ବା ବ୍ୟାନର। ବ୍ୟାନରରେ ଦୈନିକ ବଜାରରେ କିଛି ଦିନ ତଳେ ଘଟିଥିବା ଆକ୍ରମଣ ମାମଲାର ଫଟୋଗୁଡ଼ିକ ଥିଲା। ଆଉ ଏହା ଦ୍ୱାରା ବଲାଙ୍ଗିରରେ ଘଟୁଥିବା ଆସାମଜିକ କାର୍ଯ୍ୟଗୁଡ଼ିକର ପ୍ରତିବାଦ କରାଯାଉଥିଲା। ସଚେତନ ନାଗରିକ ବଲାଙ୍ଗିର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶାନ୍ତି ପ୍ରିୟ ବଲାଙ୍ଗିରବାସୀ ବର୍ତ୍ତମାନ ଭୟର ବାତାବରଣରେ ରହୁଛନ୍ତି। ସାଧାରଣ ଲୋକଙ୍କ ଧାନ ଜୀବନ ଓ ସମ୍ମାନ ପ୍ରତି ବିପଦ ରହିଛି। ସାଧାର ରାଜ ରାସ୍ତାରେ ମଦୁଆ, ଗୁଣ୍ଡା ତଥା ପଲସର ଲୁଟେରା ଅବାଧରେ ଗତିବିଧି ଚଳାଇଛନ୍ତି। ଆତଙ୍କର ପରିବେଶ ସୃଷ୍ଟି କରୁଛି। ବିଭିନ୍ନ ସ୍ଥାନରେ ସଟ୍ଟା ଖେଳ ଖୋଲାଖୋଲି ଭାବରେ ପ୍ରଚଳିତ ହେବା ଦ୍ୱାରା ବର୍ତ୍ତମାନର ଯୁବ ସମାଜ ପ୍ରଥଭ୍ରଷ୍ଟ ହୋଇ ଅସାମାଜିକ କାର୍ଯ୍ୟରେ ସାମିଲ ହେଉଛନ୍ତି।

- Advertisement -

ଦୈନିକ ପରିବା ବଜାରେ ସ୍ଥାନୀୟ ପ୍ରଭାବଶାଳୀ ରାଜନେତାଙ୍କ ସଂପର୍କୀୟଙ୍କ ମାରଣାସ୍ତ୍ର ଧରି ସାଧାରଣ ବ୍ୟବସାୟୀଙ୍କୁ ଆକ୍ରମଣ କରିବା ଘଟଣା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ଦର୍ଶାଯାଇଛି। ଯାହା ଫଳରେ ବଲାଙ୍ଗିରବାସୀଙ୍କ ମନରେ ସ୍ଥାନୀୟ ପ୍ରଶାସନ ପ୍ରତି ସନ୍ଦେହ ସୃଷ୍ଟି ହେବା ସହ ଅତ୍ୟଧିକ ଆତଙ୍କର ବାତାବରଣ। ବର୍ତ୍ତମାନ ଆଇନର ଛତ୍ରଛାୟା ତଳେ କେବଳ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଓ ପୃଷ୍ଠପୋଷକରେ ଅପରାଧୀଙ୍କ ଚରାଭୁଇଁ ପାଲଟିଛି ବଲାଙ୍ଗିର। ଆଇନ ଓ ପୁଲିସ ପ୍ରତି ଲୋକଙ୍କ ଆସ୍ଥା ତୁଟି ଯାଉଛି। ତେଣୁ ପ୍ରଶାସନ ଓ ପୁଲିସ ନିରପେକ୍ଷ ଭାବେ ଆଇନଗଦ ପଦକ୍ଷେପ ଗ୍ରହଣ କରି ଅସାମାଜିକ ତତ୍ତ୍ୱ ଓ ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାଧାରଣ ନାଗରିକଙ୍କର ଅସ୍ଥାଭାଜନ ହେବା ପାଇଁ ଅନୁରୋଧ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଦମୟନ୍ତୀ ବାଗ, ସନ୍ତୋଷିନୀ ବେହେରା, ସରିତା ଦାସ, ମମତା ଜେନା, ନୂତନ ସେନ୍ଦ୍ରିଆ, ନୀଳିମା ପୁଟେଲ, କଳ୍ପନା ସାହୁ, ପୂର୍ବତନ ନଗରପାଳ ପ୍ରଦୀପ ସାହୁ, ମିନ୍ନା ଖାନ୍‌ଙ୍କ ଭଳି ବହୁ ବ୍ୟକ୍ତି ବିଶେଷ କୋଶଳ କଳାମଣ୍ଡଳରୁ ଶୋଭାଯାତ୍ରାରେ ବାହାରି ଟାଉନ୍ ଥାନାରେ ପହଞ୍ଚିଥିଲା। ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ସେମାନେ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories