www.samajalive.in
Sunday, December 14, 2025
26.1 C
Bhubaneswar

ଧୁମଧାମରେ ହେଲା କୁକୁର ବାହାଘର: ଡ଼ିଜେ ବଜାଇ ବାହାରିଲା ବର, ରାସ୍ତାରେ ନାଚିଲେ ୮୦୦ ବରଯାତ୍ରୀ

ଭୋପାଳ: ପୂର୍ବରୁ କୁକୁର ବାହାଘର ଖବର ଆସିଛି । ହେଲେ ଗୋଟିଏ କୁକୁର ବାହାହେବାକୁ ୮୦୦ ବରଯାତ୍ରୀଙ୍କୁ ନେଇ ଯିବା ଓ ବରଯାତ୍ରୀମାନେ ଡ଼ିଜେ ତାଳରେ ରାସ୍ତାରେ ନାଚିବା ଘଟଣା ପ୍ରାୟତଃ ବିରଳ । ଏହି ଖବର ଆସିଛି ମଧ୍ୟପ୍ରଦେଶ ପୋଚିକାଗୁର୍ଭା ଗାଁରୁ ।

- Advertisement -

ମିଳିଥିବା ସୂଚନା ନୁସାରେ ଗାଁରେ ଅନେକ ଦିନ ହେଲା ଜଳସଙ୍କଟ ଲାଗି ରହିଛି । ପାଣି ପାଇଁ ଲୋକଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଥିଲା । ଏହି ସମୟରେ ଯଦି ଗ୍ରାମବାସୀ କୁକୁର ବିବାହ କରିବେ ତେବେ ଜଳକଷ୍ଟ ଦୂର ହେବ ବୋଲି କେହି ଜଣେ ପ୍ରଚାର କରିଦେବା ପରେ ଗାଁ ଲୋକେ କୁକୁର ବିବାହ ଲାଗି ଅଣ୍ଟା ଭିଡ଼ିଥିଳେ । ଦୁଇଟି ନୀରବ ପଶୁଙ୍କ ବିବାହ ଦେଲେ ଇନ୍ଦ୍ର ଦେବ ଖୁସି ହୋଇ ବର୍ଷା କରିବେ ବୋଲି ଗ୍ରାମବାସୀ ବିଶ୍ବାସ କରିଥାଆନ୍ତି । ସେଥିପାଇଁ ସେମାନେ ଗୋଲୁ ନାମକ ଏକ ଅଣ୍ଡିରା କୁକୁର ସହ ରଶ୍ମୀ ନାମକ ଏକ ମାଇ କୁକୁରର ବିବାହ କରିବାକୁ ସ୍ଥିର କଲେ ।

ରଶ୍ମୀର ପାଳକ ପିତା ହେଉଛନ୍ତି ପୋଚିକାରାଗୱା ଗାଁର ମଲଚାନ୍ଦ ନାୟକ । ସେହିପରି ଗୋଲୁ ନାମକ ଅଣ୍ଡିରା କୁକୁରର ପାଳକ ପିତା ହେଉଛନ୍ତି ଉତ୍ତରପ୍ର​ଦେଶର ଅଶୋକ ଯାଦବ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories