www.samajalive.in
Sunday, December 14, 2025
19.1 C
Bhubaneswar

କୋଭିଡ-୧୯ ଟିକାକରଣ ପାଇଁ ନବରଙ୍ଗପୁରରେ ୯୩୪୫ ପଞ୍ଜିକୃତ

ନବରଙ୍ଗପୁର : କରୋନାଟୀକା ପାଇଁ ନବରଙ୍ଗପୁର ଜିଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶୁକ୍ରବାର ଅପରାହ୍ନ ୪ଟାରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର ଜିଲା ମୁଖ୍ୟ ଡାକ୍ତରଖାନାର ଟୀକାକରଣ କେନ୍ଦ୍ରକୁ ଯାଇ ଜିଲାରେ କୋରାନା ପାଇଁ ଆସିଥିବା ଟିକାର ନିରୀକ୍ଷଣ କରିଥିଲେ। ଟିକାକରଣ ପାଇଁ ପ୍ରସ୍ତୁତିର ଅନୁଧ୍ୟାନ କରିବା ସହ ଟିକା ରଖାଯାଇଥିବା ସୁରକ୍ଷିତ ଗୃହ, ଟିକାକରଣ ସ୍ଥାନ, ଟୀକାପରେ ବିଶ୍ରାମସ୍ଥଳ ସବୁ ବୁଲି ଦେଖିଥିଲେ। ଏହାପରେ ଗଣମାଧ୍ୟମକୁ ସୂଚନାଦେଇ ସେ ଜିଲାର ୪ଟିସ୍ଥାନ ନବରଙ୍ଗପୁର ଜିଲା ମୁଖ୍ୟଡାକ୍ତରଖାନାର ଏମସିଏଚ ଡାକ୍ତରଖାନା, ଉମରକୋଟ ଉପଖଣ୍ଡ ଡାକ୍ତରଖାନା ,ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ନନ୍ଦାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଶନିବାର ଦିନ ଠାରୁ କରୋନା ଟୀକାକରଣ ଆରମ୍ଭ କରାଯିବ ବୋଲି କହିଥିଲେ। ପୂର୍ବାହ୍ନ ୧୦ଟାରେ ଦେଶରେ ଟିକାକରଣ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ କରିବା ପରେ ଏଠାରେ ଟିକା କରଣ କାର୍ଯ୍ୟ ଆରମ୍ଭ କରାଯିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ଦିଆଯିବ ବୋଲି କହିଥିଲେ। ଏହି ଟିକାକରଣ କେନ୍ଦ୍ରକୁ ଭୋଟଦାନ କେନ୍ଦ୍ର ଭଳି ସମ୍ବେଦନଶୀଳ ଅଞ୍ଚଳ ଭାବେ ରଖାଯିବ। ଟିକା ନେବା କର୍ମଚାରୀମାନେ ପରିଚୟପତ୍ର ଦେଇ ଭିତରକୁ ଯିବେ। ବାହାର ଲୋକଙ୍କୁ ଭିତରକୁ ଛଡା ଯିବନାହିଁ। ଏପରିକି ଭିତରକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବାରଣ କରାଯାଇଥିବା କହିଥିଲେ। ଜିଲାରେ ମୋଟ ୯୩୪୫ ଜଣ ଟୀକାକରଣ ପାଇଁ ନାମ ପଞିକରଣ କରିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ମୋଟ ୭୦୦୦ ଟିକା ଡୋଜ୍‍ ଆସିଛି । ଏଥିରୁ  ୬୩୦୦ ଜଣଙ୍କୁ ଟିକା ଦିଆଯିବ। ତେବେ ଟିକାକରଣ କେନ୍ଦ୍ରରେ ସମ୍ଭାବ୍ୟ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ମଧ୍ୟ ମେଡିକାଲ ଟିମକୁ ପ୍ରସ୍ତୁତ କରାଯାଇଥିବା କହିଥିଲେ। ତେବେ ଏହି ଯୋଜନାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଚୈାଧୂରୀ ଡଃ.ଶୋଭାରାଣୀ ମିଶ୍ର  ଜିଲାର ୪ଟି ଟିକାକରଣ କେନ୍ଦ୍ରରେ ଟିକା ପହଞ୍ଚିଥିବାବେଳେ ଶନିବାର ଠାରୁ ଟିକାକରଣ ଆରମ୍ଭ କରାଯାଇ ଏକ ସସ୍ତାହ ଧରି ଟିକାକରଣ ଚାଲିବ ବୋଲି କହିବା ସହ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା କହିଥିଲେ। ପ୍ରତ୍ୟେକ କେନ୍ଦ୍ରରେ ଶନିବାର ଦିନ ୧୦୦ ଜଣ ଲେଖାଏଁ କର୍ମଚାରୀଙ୍କୁ ଟିକା ଦିଆଯିବ। ପ୍ରଥମେ ସଫେଇ କର୍ମଚାରୀଙ୍କୁ ଦିଆଯିବ ବୋଲି ଜଣାପଡିଛି। ପରେ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଜିଲାପାଳ ଡଃ.ମିଶ୍ର ଯୋଗ ଦେଇ ଟିକାକରଣର ସମୀକ୍ଷା କରି ଜିଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହୋଇଥିଲେ। ଅତିରିକ୍ତ ଜିଲା ଚିକିତ୍ସା ଅଧିକାରୀ(ପରିବାର ନିୟୋଜନ)  ଆର,ବିଜୟ କୁମାର, ଏଡିଏମଓ (ମେଡିକାଲ) ସୁଶାନ୍ତ କୁମାର ବେହେରା, ଏଡିଏମଓ (ଜନସ୍ୱାସ୍ଥ୍ୟ)ମଳୟ କୁମାର ତ୍ରିପାଠୀ ,ଜିଲା ଲେପ୍ରସି ଅଫିସର ସୁକାନ୍ତ ଶତପଥୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରକଳ୍ପ ସଂଯୋଜକ ସୁଶାନ୍ତ କୁମାର ପ୍ରହରାଜ ଓ ପରିଚାଳକା ରୂପସି ମଧୁମିତା ନାୟକ ପ୍ରମୂଖ ଯୋଗଦେଇଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories