www.samajalive.in
Tuesday, December 9, 2025
23.1 C
Bhubaneswar

କରୋନା ଭୟ, ଫିକା ପଡ଼ିବ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଛାତ୍ରଛାତ୍ରୀ କିମ୍ବା ବିଭିନ୍ନ କ୍ୟାଡେଟ ଗ୍ରୁପ୍ ସାମିଲ ହେବେନାହିଁ। ତେବେ ସାଧାରଣତନ୍ତ୍ର ଦିବସଟି ଛାତ୍ରଛାତ୍ରୀଙ୍କ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ ତା’ଠାରୁ ଅଧିକ ଦେଶପ୍ରେମର ବହ୍ନି ଜାଳିଥାଏ। ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଭକ୍ତି ଭାବ ଜାଗ୍ରତ କରିବା ସହ ଗଣତନ୍ତ୍ର ମୂଲ୍ୟବୋଧ ପ୍ରତି‌ଷ୍ଠା ଦିଗରେ ମାର୍ଗଦର୍ଶନ କରିଥାଏ। ହେଲେ ବର୍ଷକରେ ଥରେ ପଡୁଥିବା ଏହି ଜାତୀୟତା ଦିବସ ଚଳିତବର୍ଷ ଫିକା ପଡିବାକୁ ଯାଉଛି। କରୋନା ମହାମାରୀ ପାଇଁ ୨୦୨୦ ଅଗଷ୍ଟ ପନ୍ଦର ଯେଭଳି ଫିକା ପଡିଥିଲା ଠିକ୍ ସେହିପରି ଜାନୁଆରୀ ୨୬ ତଥା ସାଧାରଣତନ୍ତ୍ର ଦିବସ ମଧ୍ୟ ନିରାଡମ୍ବରପୂର୍ଣ୍ଣ ଭାବେ କରାଯିବାକୁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛି। ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସିଠାରେ ଛାତ୍ରଛାତ୍ରୀ କିମ୍ବା କ୍ୟାଡେଟ ଗ୍ରୁପ୍ ସାମିଲ ହୋଇପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ଜିଲାପାଳ ଓ ଏସପିଙ୍କୁୁ ଜାରି କରାଯାଇଛି।

ଏନେଇ ଉପସଚିବ ଏନ. ପି. ରାୟଗୁରୁ ଦେଇଥିବା ନିର୍ଦେଶନାମାରେ ଦର୍ଶାଇଛନ୍ତି ଯେ ଚଳିତବର୍ଷ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସରେ ଜନଗହଳିକୁ ବାରଣ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉକ୍ତଦିନ ସାଢ଼େ ୮ଟାରେ ମୁଖ୍ୟଅତିଥିମାନେ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ବେଳେ ଜାତୀୟ ସଙ୍ଗୀତ ଗାନ କରାଯିବ। କେବଳ ପୁଲିସ ବାହିନୀ ହିଁ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇପାରିବେ। ହେଲେ କୌଣସି ଛାତ୍ରଛାତ୍ରୀ କିମ୍ବା କ୍ୟାଡେଟ ଗ୍ରୁପ୍ ଭାଗ ନେଇପାରିବେ ନାହିଁ। ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ ସାଧାରଣ ଲୋକେ ମଧ୍ୟ କାର୍ୟ୍ୟକ୍ରମରେ ଭାଗ ନେଇପାରିବେ ନାହିଁ। ମାତ୍ର ଉତ୍ସବରେ କୋଭିଡ଼ ଯୋଦ୍ଧାଙ୍କୁ ସାମିଲ କରାଯାଇପାରିବ। ଏନେଇ ପୂର୍ବରୁ ଇ-ମେଲ ଜରିଆରେ ସେମାନଙ୍କୁ ଅବଗତ କରାଯିବ। ଏହି ନିୟମ କେବଳ ଯେ ରାଜ୍ୟସ୍ତରରେ ପାଳନ ହେବ ତାହା ନୁହେଁ ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ କଡାକଡ଼ି ଭାବେ ଯେଭଳି ପାଳନ ହୁଏ ସେଥିପ୍ରତି ଦୃ‌ଷ୍ଟି ଦେବାକୁ ସବୁ ଜିଲାପାଳ ଓ ଏସପିଙ୍କୁ ଗୃହବିଭାଗ ପକ୍ଷରୁ ସଜାଗ କରାଯାଇଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories