କେଉଁ ଦ୍ରବ୍ୟ ଶନିବାରରେ କିଣିବେ ନାହିଁ
ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କର ପ୍ରଭାବ ଜୀବନରେ ପଡ଼ିଥାଏ। ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ। ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ଆମେ ଶନିବାରରେ କିଣିବା ଦ୍ୱାରା ଶନିଙ୍କର କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ତାହା କ’ଣ……………
ଲୁହା – ଶନିବାରରେ ଘରକୁ ଲୁହା କିମ୍ବା ଲୁହା ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ। ଏହା ଦ୍ୱାରା ଶନି କ୍ରୋଧ କରିଥାଆନ୍ତି ଓ ଧନହାନୀ ମଧ୍ୟ ହୋଇଥାଏ।
ଏହି ଦିନ ଲୁହା ଦ୍ରବ୍ୟ ଦାନ କରିବା ଶୁଭ ଅଟେ।
ଲୁଣ – ଏହି ଦିନ ଲୁଣ କିଣିବା ଉଚିତ ନୁହେଁ, ଏହା ଦ୍ୱାରା ଘରେ ଦାରିଦ୍ର୍ୟ ଆସିଥାଏ ଓ କରଜର ପରିମାଣ ମଧ୍ୟ ବଢିଥାଏ।
ତେଲ – ଏହି ଦିନ ତେଲ କିଣିବା ଉଚିତ ନୁହେଁ। ମାତ୍ର ତେଲ ଦାନ କରିବା ଉଚିତ। ଏହା ଦ୍ୱାରା ଗ୍ରହ ଦୋଷ କଟିଥାଏ।
କାଠ – ଏହି ବାରରେ କାଠ କିମ୍ବା କାଠ ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ଗୃହରେ କଳହ ସୃଷ୍ଟି ହୋଇଥାଏ।
ଝାଡୁ – ଏହି ବାରରେ ଝାଡ଼ୁ ମଧ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ପରିବାରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।