www.samajalive.in
Thursday, December 11, 2025
27.1 C
Bhubaneswar

ବର୍ଷକୁ ୮ ହଜାରରୁ ଊର୍ଦ୍ଧ୍ବ ଭାରତୀୟଙ୍କ ବିଦେଶରେ ମୃତ୍ୟୁ ଘଟୁଛି

ମୁମ୍ବଇ: ବିଦେଶରେ ବର୍ଷକୁ ହାରାହାରି ୮ ହଜାର ଭାରତୀୟଙ୍କ ମୃତ୍ୟୁ ଘଟୁଛି। ୨୦୧୩ ପରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବଇ ଏୟାରପୋର୍ଟ ହେଲ୍‍ଥ ଅର୍ଗାନାଇଜେସନ୍‍ ପକ୍ଷରୁ ଏହି ତଥ୍ୟ ମିଳିଛି। ତଥ୍ୟାନୁଯାୟୀ ମୃତକଙ୍କ ମଧ୍ୟରେ ୪୦ ରୁ ୬୦ ବର୍ଷର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ସେହିପରି ମୃତ୍ୟୁ ପଛରେ ମୁଖ୍ୟତଃ ହୃଦ୍‍ଘାତ ଓ ସଡ଼କ ଦୁର୍ଘଟଣା ହିଁ ଦାୟୀ ବୋଲି କୁହାଯାଇଛି।
ପ୍ରତିବର୍ଷ ମାର୍ଚ୍ଚ-ଏପିଲ ଓ ନଭେମ୍ବର-ଡିସେମ୍ବର ବେଳେ ଦୁର୍ଘଟଣାରେ ମୃତାହତଙ୍କ ସଖ୍ୟା ଅଧିକ ହେଉଛି। ସେହି ସମୟରେ ପର୍ଯ୍ୟଟନର ଋତୁ ଥିବାରୁ ଅଧିକ ସଂଖ୍ୟାରେ ଭାରତୀମାନେ ବିଦେଶ ଭ୍ରମଣରେ ଯାଉଛନ୍ତି। ତେଣୁ ସେହି ସମୟରେ ଦୁର୍ଘଟଣା ଅଧିକ ହେଉଛି। ମଧ୍ୟପ୍ରାଚ୍ୟ ଓ ଆରବୀୟ ଦେଶମାନଙ୍କରେ ଭାରତୀୟଙ୍କ ମୃତ୍ୟୁସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ସେହି ସବୁ ଅଞ୍ଚଳରେ ସର୍ବାଧିକ ପ୍ରବାସୀ ଭାରତୀୟ ରହୁଥିବାରୁ ଏବଂ ସେଠାକୁ ସେମାନଙ୍କ ସମ୍ପର୍କୀୟମାନେ ଅଧିକ ସଂଖ୍ୟାରେ ଯାଉଥିବାରୁ ମୃତ୍ୟୁ ସଂଖ୍ୟା ସେଠାରେ ଅଧିକ ଥିବା କୁହାଯାଉଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories