www.samajalive.in
Monday, December 15, 2025
16.1 C
Bhubaneswar

ପୁରସ୍କାର ଟଙ୍କା ପାଇଁ ମିଥ୍ୟା ଗୁଳି ବିନିମୟ

ଜାମ୍ମୁ : ଆତଙ୍କବାଦୀଙ୍କୁ ଜୀବନ୍ତ କିମ୍ବା ମୃତ ଅବସ୍ଥାରେ ଧରାଇଲେ ୨୦ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ପକ୍ଷରୁ ଯେଉଁ ଘୋଷଣା ହୋଇଥିଲା ସେହି ଟଙ୍କା ଲୋଭରେ ପଡ଼ିଯାଇଥିଲେ ଭାରତୀୟ ସେନାର ଜଣେ କ୍ୟାପଟେନ ଭୂପିନ୍ଦର ସିଂହ। ଏହି ପୁରସ୍କାର ଟଙ୍କା ଆତ୍ମସାତ୍‌ କରିବା ପାଇଁ ସେ ଏମିତି ବ୍ୟାକୁଳ ହୋଇପଡ଼ିଥିଲେ ଯେ ମିଥ୍ୟା ଗୁଳି ବିନିମୟର ନାଟକ ରଚନା କରିଥିଲେ। ବହୁ ଚର୍ଚ୍ଚିତ ଅମସିପଡ଼ା ମିଥ୍ୟା ଗୁଳି ବିନିମୟ ମାମଲାରେ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ସୋମବାର ଅଦାଲତରେ ଦାଖଲ ଅଭିଯୋଗ ଫର୍ଦ (ଚାର୍ଜସିଟ୍‌)ରୁ ଏହା ସ୍ପଷ୍ଟ ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ୬୨- ରାଷ୍ଟ୍ରୀୟ ରାଇଫଲ୍ସର କ୍ୟାପଟେନ ଭୂପିନ୍ଦର ନିଜ ପଦବୀର ଅପବ୍ୟବହାର କରି ୨ ଜଣଙ୍କ ସହିତ ମିଶି ୩ ଯୁବକଙ୍କୁ ହତ୍ୟା କରିବା ପରେ ଏହାକୁ ଗୁଳି ବିନିମୟ ଆଖ୍ୟା ଦେଇଥିଲେ ଏବଂ ମୃତ ଯୁବକଙ୍କ ହାତରେ ଅସ୍ତ୍ରଶସ୍ତ୍ର ଧରାଇ ସେମାନଙ୍କୁ ଆତଙ୍କବାଦୀ ସଜାଇ ଦେଇଥିଲେ ବୋଲି ଚାର୍ଜସିଟ୍‌ରେ ଦର୍ଶାଯାଇଛି। ଏହି ମାମଲାରେ ଅଭିଯୁକ୍ତ କ୍ୟାପଟେନ ଭୂପିନ୍ଦରଙ୍କୁ କୋର୍ଟ ମାର୍ଶାଲ କରାଯାଇଛି ଏବଂ ସେ ଏବେ ସେନା ହାଜତରେ ଅଛନ୍ତି। ବାସ୍ତବ ଘଟଣା ସେ ସେନାକୁ ଅବଗତ କରି ନ ଥିଲେ।
ସୋପିଆନ ଜିଲାର ଅମସିପଡ଼ା ଅଞ୍ଚଳରେ ଗତବର୍ଷ ଜୁଲାଇ ୧୮ରେ ଏହି ମିଥ୍ୟା ଗୁଳି ବିନିମୟ ଘଟିଥିଲା। ଏଥିରେ ରଜୌରୀ ଜିଲାର ଇମତିଆଜ ଅହମ୍ମଦ, ଅବରାର ଅହମ୍ମଦ ଓ ମହମ୍ମଦ ଇବରାର ନାମକ ତିନି ଯୁବକଙ୍କ ପ୍ରାଣହାନି ଘଟିଥିଲା। ମୃତ ଯୁବକଙ୍କୁ ସେତେବେଳେ ଆତଙ୍କବାଦୀ ଦର୍ଶାଯାଇଥିଲା; କିନ୍ତୁ ସେମାନଙ୍କ ପରିବାର ଲୋକେ ଏହାକୁ ଖଣ୍ଡନ କରିଥିଲେ।
ସେମାନେ ଶ୍ରମିକ ଥିଲେ ଏବଂ କାମ କରିବା ପାଇଁ ଅମସିପଡ଼ା ଯାଇଥିବା ପରିବାର ପକ୍ଷରୁ ଦାବି ପରିପ୍ରେକ୍ଷୀରେ ସେନା ପକ୍ଷରୁ ଅଭିଯୋଗର ତଦନ୍ତ ନିର୍ଦେଶ ଦିଆଯାଇଥିଲା। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ସୂଚନାରୁ ମଧ୍ୟ ତଥାକଥିତ ଗୁଳି ବିନିମୟର ସତ୍ୟାସତ୍ୟ ନେଇ ସେନାର ସନ୍ଦେହ ଉପୁଜିଥିଲା। ଜାମ୍ମୁ-କାଶ୍ମୀର ପୁଲିସ ତଦନ୍ତରୁ ବାସ୍ତବ ଘଟଣା ଜଣାପଡ଼ିଥିଲା। କ୍ୟାପଟେନ ଭୂପିନ୍ଦର ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଟଙ୍କା ଲୋଭରେ ସେ ଏହି ଷଡ଼ଯନ୍ତ୍ର ରଚନା କରିଥିଲେ। ଏଥିରେ ତାଙ୍କୁ ତାବିଶ ନଜିର ଓ ବିଲାଲ ଅହମ୍ମଦ ଲୋନ ନାମକ ଦୁଇ ଜଣ ସହଯୋଗ କରିଥିଲେ। ସେମାନଙ୍କୁ ପୁଲିସ ଅଦାଲତରେ ହାଜର କରିବା ପରେ ଉଭୟ ଅଭିଯୁକ୍ତ ସେମାନଙ୍କ ଦୋଷ ସ୍ବୀକାର କରିଥିବା ଜଣାପଡ଼ିଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories