www.samajalive.in
Thursday, December 11, 2025
27.1 C
Bhubaneswar

ଇଣ୍ଡୋନେସିଆ ଦୂତାବାସ ପ୍ରକୋଷ୍ଠ ବିଜୁଙ୍କ ନାମରେ ନାମିତ

ନୂଆଦିଲ୍ଲୀ : ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ ସ୍ଥାନୀୟ ଚାଣକ୍ୟପୁରୀ ସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ ପ୍ରକୋଷ୍ଠକୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରାଯାଇଛି। ପ୍ରକୋଷ୍ଠଟି ଦୂତାବାସ କର୍ମଚାରୀଙ୍କ ବୈଠକ ପାଇଁ ବ୍ୟବହୃତ ହେବ। ଏହି ଅବସରରେ ଅନୁଷ୍ଠିତ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ ବଡ଼ ପୁତ୍ର ପ୍ରେମ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଭାରତ ପରେ ଇଣ୍ଡୋନେସିଆ ବିଜୁ ବାବୁଙ୍କ ଲାଗି ଦ୍ୱିତୀୟ ଗୃହ ସଦୃଶ ଥିଲା। ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିର୍ଦ୍ଧାର୍ଥ ଆର ସୂର୍ଯ୍ୟଦିପୁର କହିଥିଲେ ଯେ କରୋନା ମହାମାରୀ ଲୋପ ପାଇବା ପରେ ଓଡ଼ିଶା ଓ ଇଣ୍ଡୋନେସିଆ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ତଥା ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଆଲୋଚନା କରାଯିବ। କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ ଉପସ୍ଥିତ ଥିଲେ। ଦୂତାବାସର ବିଜୁ ପଟ୍ଟନାୟକ ପ୍ରକୋଷ୍ଠ କାନ୍ଥରେ ଇଣ୍ଡୋନେସିଆ ସ୍ୱାଧିନତା ସଂଗ୍ରାମରେ ବିଜୁ ବାବୁଙ୍କ ନିବିଡ଼ ସଂପର୍କ ବିଷୟର ଚିତ୍ର ଗୁଡ଼ିକ ସ୍ଥାନିତ ହୋଇଛି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories