www.samajalive.in
Sunday, December 7, 2025
26.1 C
Bhubaneswar

ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ମୃତ୍ୟୁଞ୍ଜୟ ଶତପଥିଙ୍କ ପରଲୋକ

ଗୁରୁଡିଝାଟିଆ: ଖ୍ୟାତି ସଂପନ୍ନ ହୃଦରୋଗ ବିଶେଷଜ୍ଞ ତଥା ସାହିତ୍ୟିକ ଡାକ୍ତର ମୃତ୍ୟୁଞ୍ଜୟ ଶତପଥି(୮୦)ଙ୍କର ଆଜି ପରଲୋକ ଘଟିଛି। ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଡାକ୍ତର ଶତପଥିଙ୍କ ପରଲୋକ ଘଟିଛି।

ଡାକ୍ତର ଶତପଥି କଟକ ବଡମେଡିକାଲରେ ହୃଦରୋଗ ବିଭାଗର ବିଭାଗୀୟ ମୁଖ୍ୟ ଭାବରେ ଅବସର ନେଇଥିଲେ। ଜଣେ ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଭାବରେ ଗରୀବ ଅସହାୟମାନଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେଉଥିଲେ। ବିଶେଷତଃ ଆଠଗଡ ଅଞ୍ଚଳର ଜନସାଧାରଣଙ୍କୁ ଡାକ୍ତର ଶତପଥିଙ୍କ ଅହେତୁକ ଶ୍ରଦ୍ଧା, ଆଦର ଓ ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ରତା ଅଭୂଲା ଅଟେ। ଡାକ୍ତର ଶତପଥି ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଗାଁର ଉନ୍ନତି ,ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉନ୍ନତିମୂଳକ କାର୍ଯ୍ୟରେ ସର୍ବଦା ନିଜକୁ ସଂଶ୍ଲିଷ୍ଟ କରିଥିବା ବେଳେ ମାଟି ମାଆ ପ୍ରତି ତାଙ୍କର ଅହେତୁକ ଭଲପାଇବା ପାଇଁ ଗାଁର ଜନସାଧାରଣ ତଥା ନଦୀକୂଳ ଧୁରୁଷିଆ, କଖଡି, ମଞ୍ଚେଶ୍ୱର, ଘଣ୍ଟିଖାଲ, କଟକିଆସାହି, ମହାକାଳବସ୍ତ ପଞ୍ଚାୟତର ଜନସାଧାରଣ ଗଭୀର ଶୋକବ୍ୟକ୍ତ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories