www.samajalive.in
Monday, December 15, 2025
14.1 C
Bhubaneswar

ପାନୀୟଜଳ ନିୟମିତ ଯୋଗାଣ ଦାବିରେ ପମ୍ପ ହାଉସ ସମ୍ମୁଖରେ ଧାରଣା

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଅଧିନ ଗୋପାଳପୁର ପଞ୍ଚାୟତ ଦୀର୍ଘବର୍ଷ ହେବ ପାନୀୟ ପାଇପ ଜଳ ଯୋଗାଣ ସଙ୍କଟରେ ଅଛି। ବିଭିନ୍ନ ସମୟରେ ଗାଁର ବିକାଶ, ଗାଁର ରାସ୍ତାଘାଟ, ବିଦ୍ୟୁତ ଯୋଗାଣ ଓ ଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ବିଭିନ୍ନ ପ୍ରକଳ୍ପରେ ବହୁ ଅର୍ଥ ବ୍ୟୟ କରାଯାଉଛି। ବ୍ଲକ ପ୍ରଶାସନିକ କାର୍ଯ୍ୟାଳୟ ତଥା ବାଙ୍କୀ ଏନ.ଏ.ସିର ସୀମାକୁ ଲାଗିଥିବା ଗୋପାଳପୁର ଗ୍ରାମବାସୀ ଉତ୍କଟ ପାନୀୟଜଳ ଶଙ୍କଟରେ ସନ୍ତୁଳି ହେଉଥିଲେ ମଧ୍ୟ ବ୍ୟବସ୍ଥାର ସୁଧାର ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏନେଇ ଗୋପାଳପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି।

ସୂଚନା ଯୋଗ୍ୟ ଯେ, ବାଙ୍କୀ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ନଦୀକୁଣ୍ଡା ସେତୁ ତଥା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ୨୦୦୮ମସିହାରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ଗୋପାଳପୁର ଗ୍ରାମକୁ ପାଇପ ଯୋଗେ ଜଳ ସଞ୍ଜୋଗ ହୋଇଛି। ବିଡମ୍ବନାର ବିଷୟ ଏହି ଜଳ ଯୋଗାଣ ନିୟମିତ ହେଉନାହିଁ। ଯେତେବେଳେ ହେଉଛି ତାହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରୁଛି। ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବାରୁ ଏହାର ପ୍ରତିବାଦରେ ଗ୍ରାମବାସୀ ସ୍ଥାନୀୟ ପମ୍ପ ହାଉସ ସମ୍ମୁଖରେ ଧାରଣାରେ ବସିବା ସହ ନିୟମିତ ଜଳ ଯୋଗାଣ ଦାବି କରାଯାଇଥିଲା। ଦୀର୍ଘ ୧ଘଣ୍ଟା କାଳ ପଞ୍ଚାୟତବାସୀ ଧାରଣାରେ ବସିବା ପରେ ଖବର ପାଇ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ ଏବଂ କନିଷ୍ଠ ଯନ୍ତ୍ରୀ ବୈଷ୍ଣବ ମଲ୍ଲିକ ଧାରଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଉତ୍ୟକ୍ତ ଲୋକମାନେ ପାନୀୟଜଳ ସମସ୍ୟାର ସମାଧାନ ନ ହେଲେ ଆଗକୁ ଧାରଣା ତୀବ୍ରତର ହେବ ବୋଲି ଚେତାବନୀ ଶୁଣାଇଥିଲେ। ଅଧିକାରୀ ଯଥାଶୀଘ୍ର ପାନୀୟଜଳ ଯୋଗାଣ ନିୟମିତ କରାଯିବାର ପ୍ରତିଶୃତି ଦେବାପରେ ଗ୍ରାମବାସୀ ମାନେ ଧାରଣାରୁ ହଟିଥିଲେ। ଏ ସମ୍ପର୍କରେ ଅଧିକାରୀଙ୍କୁ ପଚାରିବାରୁ ମଙ୍ଗଳବାର ଠାରୁ ଦିନକୁ ୪ଘଣ୍ଟା ପମ୍ପ ଚାଳନା କରାଯିବ। ଆପାତତ୍‍ ସମସ୍ୟା ହଟିବ ବୋଲି କହିଛନ୍ତି। ଆଗାମୀ ଦିନରେ ବାଙ୍କୀରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories