www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ମାଣଧିନ ଅଲ୍ଟ୍ରାଟେକ କାରଖାନା ପରିସରରେ ଭଙ୍ଗାରୁଜା, ୬ ଅଟକ

ଗୁରୁଡିଝାଟିଆ: କୋଳଥପଙ୍ଗି ନିକଟରେ ଆଜି ପୂର୍ବାହ୍ନରେ ନିର୍ମାଣଧିନ ଥିବା ଅଲ୍ଟ୍ରାଟେକ ସିମେଣ୍ଟ କାରଖାନା ପରିସରରେ ନିଯୁକ୍ତି ଦାବି କରି ଲୋକମାନେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ପୋଲିସ ୬ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ହେଲେ ତଦନ୍ତରେ ବାଧା ପାଇଁ ସେମାନଙ୍କ ନାମ ପ୍ରକାଶ କରିନାହିଁ।

ପ୍ରକାଶଯୋଗ୍ୟ, ନବେଢା ଶ୍ରମିକ ସଂଗଠନ ପକ୍ଷରୁ ବାରମ୍ବାର କାରଖାନା କର୍ତ୍ତୃପକ୍ଷଙ୍କୁ ଦାବି କରାଯାଇଥିଲା ସ୍ଥାନୀୟ ବେକାରୀମାନଙ୍କୁ ନିଯୁକ୍ତି ସମୟରେ ଅଗ୍ରାଧିକାର ଭିତ୍ତିରେ ସୁଯୋଗ ଦେବା ପାଇଁ। ଯେହେତୁ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ଜଳ, ଜମି, ଜଙ୍ଗଲ କାରାଖାନା କର୍ତ୍ତୃପକ୍ଷଙ୍କୁ ଶିଲ୍ପପାଇଁ ପ୍ରଦାନ କରିଛନ୍ତି ସେଥିପାଇଁ ନିଯୁକ୍ତି ସମୟରେ କାରଖାନା କର୍ତ୍ତୃପକ୍ଷ ଜାଣିଶୁଣି ସ୍ଥାନୀୟ ଜନସାଧାରଣଙ୍କୁ ଉପେକ୍ଷା କରି ବାହାର ରାଜ୍ୟରୁ ଶ୍ରମିକ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ଦେଇଥିବା କୁ ବିରୋଧ କରି ଆଜି ପୂର୍ବାହ୍ନରେ କେତେକେ ଲୋକ କାରଖାନା ନିକଟରେ ନାରାବାଜି କରିବା ସହିତ ପରିସର ଭିତରେ ଧଶେଇ ପଶିଥିଲେ। ଏହାଦ୍ୱାରା କାରଖାନାରେ ନିର୍ମାଣଧିନ କେତେକ କାର୍ଯ୍ୟରେ କ୍ଷତି ଘଟିଛି। ଘଟଣା ସଂପର୍କରେ ଗୁରୁଡିଝାଟିଆ ଓ ଖୁଣ୍ଟୁଣୀ ପୋଲିସ ପହଞ୍ଚି ତ୍ୱରିତ ପଦକ୍ଷେପ ନେଇଥିଲେ। ଗୁରୁଡିଝାଟିଆ ଥାନା ଅଧିକାରୀ ସମୀର କୁମାର ପଣ୍ଡା, ଖୁଣ୍ଟୁଣୀ ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ଓ ଚୌଦ୍ୱାର ପ୍ରଶାନ୍ତ କୁମାର ମଲ୍ଲ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପରିକି ୬ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। କାରଖାନା ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବ। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସହିତ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳତା ଦେଖାଦେବ। କିନ୍ତୁ କାରଖାନା କର୍ତ୍ତୃପକ୍ଷ ଜାଣିଶୁଣି ସ୍ଥାନୀୟ ଜନସାଧାରଣଙ୍କୁ ଉପେକ୍ଷା କରିଚାଲିଛନ୍ତି। ଯାହାଫଳରେ କି କାରଖାନା କର୍ତ୍ତୃପକ୍ଷ ଆଜି ସାଧାରଣ ଲୋକଙ୍କ ରୋଷର ଶିକାର ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories