www.samajalive.in
Saturday, December 6, 2025
14.1 C
Bhubaneswar

ଧୁମ୍‌ଧାମରେ ହେଲା ଦୁଇ କୁକୁରଙ୍କ ବିବାହ, ୮୦୦ ଲୋକଙ୍କୁ ଭୋଜିଦେଲେ ଗ୍ରାମବାସୀ

ନିଭାଡ଼ି: ମଣିଷଙ୍କ ମଧ୍ୟରେ ବିବାହ ସାଧାରଣ କଥା। କେତେକ ସ୍ଥାନରେ ପରମ୍ପରା ଅନୁସାରେ ବୃକ୍ଷ ବିବାହ ବି ଅନୁଷ୍ଠିତ ହୁଏ। କିନ୍ତୁ ଦୁଇ କୁକୁରଙ୍କ ମଧ୍ୟରେ ବିବାହ କଥା କେବେ ଶୁଣିଛନ୍ତି ? ଏପରି ଏକ ଅଜବ ବିବାହ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ନିଭାଡ଼ି ଜିଲାରେ। ଜିଲାର ପୁଛିକରଗଭା ଗାଁରେ ଗୋଟିଏ ମାଈ କୁକୁର ଏବଂ ଏକ ଅଣ୍ଡିରା କୁକୁର ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଏହି ବିବାହ ପୂରା ହିନ୍ଦୁ ରୀତିନୀତିରେ ଧୁମ୍‌ଧାମରେ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀ ୮୦୦ ଲୋକଙ୍କୁ ଭୋଜି ବି ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ, ମାଈ କୁକୁରଟିର ନାମ ହେଉଛି ରଶ୍ମି ଏବଂ ଅଣ୍ଡିରା କୁକୁରର ନାମ ଗୋଲୁ।

- Advertisement -

ରଶ୍ମିର ମାଲିକ ହେଉଛନ୍ତି ପୁଛିକରଗଭା ଗାଁର ମୁଲଚନ୍ଦ ନାୟକ। ସେ ରଶ୍ମିର ବିବାହ ଉତ୍ତରପ୍ରଦେଶର ବକଭା ଖୁର୍ଦ ନିବାସୀ ଅଶୋକ ଯାଦବଙ୍କ କୁକୁର ସହିତ କରାଇଛନ୍ତି। ବିବାହ ପରେ କନ୍ୟା ଭଳି ରଶ୍ମିକୁ ବିଦା କରିଛନ୍ତି। ଏହି ବିବାହ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥାଇପାରେ, କିନ୍ତୁ ଏହା ପଛରେ ରହିଛି ଏକ ଅନ୍ଧବିଶ୍ବାସ। ଗାଁରେ ଜଳାଭାବ ଦୂର କରିବା ଲାଗି ଗ୍ରାମବାସୀ ଏପରି ବିବାହ କରାଇଥିବା ସୂଚନା ମିଳିଛି।

ପୁଛିକରଗଭା ଗ୍ରାମବାଦୀ ଦୀର୍ଘ ଦିନ ହେଲା ପାନୀୟଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୂର କରିବା ଲାଗି ସେମାନେ ଦୁଇଟି କୁକୁର ମଧ୍ୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲା। ଯଦି ଦୁଇ କୁକୁରଙ୍କ ବିବାହ କରିଦିଆଯାଏ, ତେବେ ଇନ୍ଦ୍ରଦେବ ଖୁସି ହୋଇ ବର୍ଷା କରାଇବେ ଏବଂ ପାଣି ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ବିଶ୍ବାସ କରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories