www.samajalive.in
Sunday, December 14, 2025
15.1 C
Bhubaneswar

ଫଣି ସହାୟତା ପାଇଲେନି ଗୋପାଳପୁର ଗ୍ରାମବାସୀ, ସହାୟତା ପାଇଁ ପିସି ମଗାଯାଇଥିବା ଅଭିଯୋଗ

ବାଙ୍କୀ: ଗତ ୨ବର୍ଷ ତଳେ ଫଣି ଯୋଗୁଁ ଓଡ଼ିଶାର ଅନେକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କ ଘର ଭାଙ୍ଗିରୁଜି ଯାଇଥିଲା। ଏହାରି ପ୍ରଭାବରେ ବାଙ୍କୀରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଥିଲା। ବାଙ୍କୀର ବିଭିନ୍ନ ଅଞ୍ଚଳରେ ଜନସାଧାରଣ ଫଣି ଦାଉରେ ଗୃହ ହରାଇଥିଲେ। ସରକାରଙ୍କ ତରଫରୁ ସରଜମିନ୍ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ସହାୟତାରୁ ବଞ୍ଚିତ ଅଛନ୍ତି ଡମପଡ଼ା ବ୍ଲକ ଗୋପାଳପୁର ବାସୀନ୍ଦା। ତଦନ୍ତ ହୋଇଛି କିନ୍ତୁ ସରକାରୀ ଖାତାରେ କ୍ଷତିଗ୍ରସ୍ତମାନଙ୍କ ନାମକୁ ଉଦ୍ଦେଶ୍ୟମୂଳକ ଭାବେ କଟାଯାଇଥିବା ଅଭିଯୋଗ ହୋଇଛି। ସହାୟତା ମାଗିଲେ ଉତ୍କୋଚ ଦେବାପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଆଜି ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଡମପଡ଼ା ବ୍ଲକ ଅଧିନ ଗୋପାଳପୁର ଗ୍ରାମପଞ୍ଚାୟତର ଜନସାଧାରଣ ଏଭଳି ଅଭିଯୋଗ ଆଣିଛନ୍ତି। ହାତରେ ଅଭିଯୋଗପତ୍ର ଧରି ବାଙ୍କୀ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ କରିଥିବା ଜଣା ପଡିଛି।

ସୂଚନା ଥାଉକି, ଗୋପାଳପୁର ପଂଚାୟତର ଅନେକ ଜନସାଧାରଣ ଫଣି ବାତ୍ୟାରେ ଗୃହ ହରାଇଥିଲେ। ରାଜସ୍ୱ ନିରକ୍ଷକ ତଦନ୍ତ କରି ସେମାନଙ୍କ ଠାରୁ ଆବଶ୍ୟକୀୟ ଦସ୍ତାବିଜ୍ ସରକରୀ ସହାୟତା ପାଇଁ ଗ୍ରହଣ କରିଥିଲେ। କିନ୍ତୁ ଫଣିକୁ ଜିତିବାର ୨ବର୍ଷ ପରେ ମଧ୍ୟ ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇନଥିବା ବେଳେ ସେମାନଙ୍କ ନାମରେ ଆସିଥିବା ପଲିଥିନକୁ ୫୦୦ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନେ ରାଜସ୍ୱ ନିରିକ୍ଷକଙ୍କୁ ସହାୟତା ସଂପର୍କରେ ପଚାରିବାରୁ ସେମାନଙ୍କୁ ପିସି ମଗାଯାଇଥିବା ଅଭିଯୋଗକାରୀମାନେ ଦାବି ପତ୍ରରେ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ସେମାନେ କଟକ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିବା ବେଳେ ୧୫ଦିନ ଭିତରେ ବିଚାର କରି ସହାୟତା ପ୍ରଦାନକରାଯିବ ବୋଲି ପ୍ରତିଶ୍ରୁତି ପାଇଥିଲେ ବୋଲି ଦରଖାସ୍ତକାରୀମାନେ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। କିନ୍ତୁ ସେମାନଙ୍କୁ ଆଜିପର୍ଯ୍ୟନ୍ତ ସରକାରୀ ସହାୟତାରୁ ବଞ୍ଚିତ କରାଯାଇଥିବା ବେଳେ ଗ୍ରାମବାସୀମାନେ ଆଜି ପୁର୍ନବାର ବାଙ୍କୀ ଉପଜିଲ୍ଲାପାଳଙ୍କୁ ଭେଟି ଉପଯୁକ୍ତ ତଦନ୍ତ କରି ସହାୟତା ଯୋଗାଇ ଦେବାପାଇଁ ଦରଖାସ୍ତ କରିଥଲେ। ଖଗେନ୍ଦ୍ର ମହାରଣା, ସପନ ବେହେରା, ବେଣୁଧର ସ୍ୱାଇଁ, ରାନୀ ସ୍ୱାଇଁ, କାଶିନାଥ ମହାରଣା, ସମ୍ଭୁ ସ୍ୱାଇଁ, ପ୍ରକାଶ କୁମାର ସ୍ୱାଇଁ, ରାଜେସ ସ୍ୱାଇଁ, ଶୋଭା ବେହେରା , ବର୍ଷା ବେହେରାଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories