www.samajalive.in
Tuesday, December 9, 2025
19.1 C
Bhubaneswar

ବୁର୍ଲା ଭିମସାର କୋଭିଡ଼ ହସପିଟାଲର କୋଭିଡ଼ ମୃତ୍ୟୁରେ ଲାଗୁନି ବିରାମ, ଆଜି ପୁଣି ୪ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲା ଭିମସାରର କୋଭିଡ଼ରେ ରୋଗୀଙ୍କ ମୃତ୍ୟୁସଂଖ୍ୟାରେ ବିରାମ ଲାଗି ପାରୁ ନାହିଁ। ଏପରିକି ଆଜି ମଧ୍ୟରେ ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ ୪ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଗତକାଲି ଏହି ମୃତ୍ୟୁମାତ୍ରା ୨ରେ ରହିଥିଲା ବେଳେ ଗତ ୭ ତାରିଖ ଦିନ ବୁର୍ଲା ଭିମସାରର କୋଭିଡ଼ ହସପିଟାଲରେ ସର୍ବାଧିକ ୯ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଗତ ମଙ୍ଗଳବାର ଦିନ ୫ ଜଣ କୋଭିଡ଼ ରୋଗୀ, ଗତ ସୋମବାର ଦିନ ୪ ଜଣ କରୋନା ରୋଗୀ ଏବଂ ରବିବାର କୋଭିଡ଼ ରୋଗୀଙ୍କ ମୃତ୍ୟୁସଂଖ୍ୟା ୭ରେ ରହିଥିଲା ।
ଆଜି ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ପୁଣି ୪ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲାର ୩୫ ବର୍ଷିୟ ଯୁବକ, ଝାରସଗୁଡ଼ା ଜିଲ୍ଲାର ୫୨ ବର୍ଷିୟା ମହିଳା, ବଲାଙ୍ଗିର ଜିଲ୍ଲାର ୩୦ ବର୍ଷିୟ ପୁରୁଷ ଏବଂ ସୁନ୍ଦରଗଡ଼ ଜିଲ୍ଲାର ୪୯ ବର୍ଷିୟା ମହିଳା ରହିଛନ୍ତି। ଗତ ଶୁକ୍ରବାର ପୁଣି ଦୁଇଜଣ, ଗତ ଗୁରୁବାର ଦିନ ବୁର୍ଲା ଭିମସାରରେ ସର୍ବାଧିକ ୯ ଜଣଙ୍କ ମଧ୍ୟରେ ସୋନପୁର ଜିଲ୍ଲାର ୫୫ ବର୍ଷିୟ ପୁରୁଷ, ସମ୍ବଲପୁର ୬୦ ବର୍ଷିୟ ବୃଦ୍ଧ, ଅନୁଗୁଳ ଜିଲ୍ଲାର ୩୩ ବର୍ଷିୟ ଯୁବକ, ବରଗଡ଼ ଜିଲ୍ଲାର ୫୫ ବର୍ଷିୟ ପୁରୁଷ ରୋଗୀ, ବରଗଡ଼ ଜିଲ୍ଲାର ୬୦ ବର୍ଷିୟା ବୃଦ୍ଧା, ସୁନ୍ଦରଗଡ଼ ଜିଲ୍ଲାର ୩୫ ବର୍ଷିୟ ଯୁବକ, ବରଗଡ଼ ଜିଲ୍ଲାର ୪୫ ବର୍ଷିୟା ମହିଳା, ଝାରସୁଗୁଡ଼ା ଜିଲ୍ଲାର ୩୨ ବର୍ଷିୟ ଯୁବକ ଏବଂ ଦେବଗଡ଼ ଜିଲ୍ଲାର ୭୧ ବର୍ଷିୟ ବୃଦ୍ଧ ରୋଗୀ ରହିଥିଲେ। ଗତ ବୁଧବାର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ଦିନ ୫ ଜଣ, ଗତ ସୋମବାର ୪ ଜଣ, ଗତ ରବିବାର ୭ ଜଣ ଏବଂ ଶନିବାର ଦିନ ବୁର୍ଲା ଭିମସାରରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାର ଦୃଷ୍ଟାନ୍ତ ରହିଛି। ଚଳିତ ବର୍ଷ ନଅଦିନରେ ୩୮ ଜଣ କୋଭିଡ଼ ରୋଗୀଙ୍କ ମୃତ୍ୟୁ ହୋଇ ସାରିଲାଣି। ତେବେ ବୁର୍ଲା ଭିମସାରର ଗତବର୍ଷ ଶେଷ ଡ଼ିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଶେଷ ସାତଦିନ ମଧ୍ୟରେ ସମୁଦାୟ ୪୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଭିମସାରର କୋଭିଡ଼ ମୃତ୍ୟୁ ନିୟନ୍ତ୍ରଣ ହୋଇପାରି ନାହିଁ । ତେବେ ଭିମସାର କୋଭିଡ଼ ହସପିଟାଲ ୧୦୦ ଶଯ୍ୟା ବିଶିଷ୍ଟ ଖୋଲାଯାଇଥିବା ବେଳେ ଆଜି ରାତି ସୁଦ୍ଧା ୧୧୦ ଜଣ କରୋନା ରୋଗୀ ଚିକିତ୍ସାଧିନ ରହିଥିବା ବେଳେ ପ୍ରାୟ ୨୦ଟି ଯାକ ଆଇସିୟୁ ଶଯ୍ୟାରେ ଶଙ୍କଟାପର୍ଣ୍ଣ ରୋଗୀ ଚିକିତ୍ସାଧିନ ରହିଛନ୍ତି ଯାହାକି ଚିନ୍ତାର ବିଷୟ କାରଣ ବର୍ତ୍ତମାନ ସୁଦ୍ଧା ସାଧାରଣ ଶଯ୍ୟାରେ ଗୁରୁତର ରୋଗୀ ରହିଛନ୍ତି। ତେବେ ଯେକୌଣସି ସମୟରେ ଆଇସିୟୁ ଶଯ୍ୟାର ଆବଶ୍ୟକତା ପଡ଼ିବା ସମ୍ଭାବନା ରହିଛି। ଏଭଳି ମାତ୍ରାଧିକ ରୋଗୀଙ୍କ କ୍ଷେତ୍ରରେ ଭିମସାରରେ କୋଭିଡ଼ ସେବିକାଙ୍କ ଛଟେଇ କରାଯିବାକୁ ନାନା ଚର୍ଚ୍ଚା ଯୋର ଧରିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories