www.samajalive.in
Tuesday, December 9, 2025
15.1 C
Bhubaneswar

ଓୟୁଜେ ବୌଦ୍ଧ ଶାଖାର ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ 

ବୌଦ୍ଧ : ଓଡ଼ିଶା ସମ୍ବାଦିକ ୟୁନିଅନ୍‍(ଓୟୁଜେ) ବୌଦ୍ଧ ଶାଖା ପକ୍ଷରୁ ସଭାପତି କମ୍ଭୁଧର କ୍ଷେତିଙ୍କ ଅଧ୍ୟକ୍ଷତାରେ ସାଧାରଣ ବୈଠକ ଓ ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଶନିବାର ଇରିଗେସନ କଲୋନୀର ବିଶ୍ରାମ ସ୍ଥଳଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ, ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଚାର୍ୟ୍ୟ ବିଶ୍ୱରଞ୍ଜନ, କୋଷାଧ୍ୟକ୍ଷ ଅମୁଲ୍ୟ ରଞ୍ଜନ ସ୍ୱାଇଁ, ରାଜ୍ୟ ସଦସ୍ୟ ସଚିକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମ୍ପାଦକ ମନୋରଞ୍ଜନ ନାଏକ ଦ୍ୱିବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବାଦିକମାନଙ୍କ ସାମାଜିକ ସୁରକ୍ଷା ସହିତ ଅବସର ପରେ ମାସିକ ୧୦ ହଜାର ଟଙ୍କା ପେନସନ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ବୃଦ୍ଧି କରି ସେଥିରେ ବାପା, ମାଙ୍କୁ ସାମିଲ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ଏବଂ କୋଭିଡ ଟୀକାକାରଣ ସମୟରେ କୋଭିଡ ଯୋଦ୍ଧା ପରି କର୍ତବ୍ୟରତ ସାମ୍ବାଦିକମାନଙ୍କୁ ପ୍ରାଥମିକ ଦିଆଯାଉ ବୋଲି ବୌଦ୍ଧ ଓୟୁଜେ ଜିଲ୍ଲା ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କଠାରେ ଦାବି କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ଓୟୁଜେ ଜିଲ୍ଲା ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏଥିରେ ସଭାପତି ଭାବେ କମ୍ଭୁଧର କ୍ଷେତି, ସାଧାରଣ ସମ୍ପାଦକ ଭାବେ ମନରଞ୍ଜନ ନାଏକ, ଉପସଭାପତି ନବକିଶୋର ମେହେର, ସହ ସମ୍ପାଦକ ଶେଷଦେବ ଦାସଙ୍କୁ ଦାୟିତ୍ୱ ଦିଆ ଯାଇଥିଲା। ଏଥିରେ କାର୍ୟ୍ୟକାରୀ ସଦସ୍ୟ ଭାବେ ଶିବ ଶଙ୍କର ବେହେରାଙ୍କୁ ମନାନୀତ କରାଯାଇଥିଲାବେଳେ ଚିରଞ୍ଜୀବ ବିଶି, ସୁର୍ୟୋନ୍ଦୋ କୁମାର ଶତପଥି, ହୃଦନନ୍ଦ ମେହେର ପ୍ରମୁଖ ସହଯୋଗ କରିଥିଲେ। ଉପସଭାପତି ନବକିଶୋର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories