www.samajalive.in
Tuesday, December 9, 2025
16.1 C
Bhubaneswar

ଖଣ୍ଡୁଆଳିରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷିତ

ଗୁରୁଡିଝାଟିଆ: ଖଣ୍ଡୁଆଳି ଏବେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ରାଜ୍ୟରେ କରୋନା ହ୍ରାସ ପାଉଥିବା ବେଳେ ଏକ ପ୍ରକାର ସ୍ୱାଭାବିକ ସ୍ଥିତିକୁ ଫେରିଲାଣି। ହେଲେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ କଣ୍ଡରେଇ ପଞ୍ଚାୟତର ଖଣ୍ଡୁଆଳିରେ ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ କରୋନା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ମୋଟ ୧୯୩ଜଣଙ୍କ ପରୀକ୍ଷା କରାଯାଇଥିଲା।ସେଥିମଧ୍ୟରୁ ୧୫୦ଟି ଆଣ୍ଟିଜେନ୍‍ ଓ ୪୩ଟି ଆରଟିପିସିଆର ଥିଲା। ୧୫୦ଟି ଆଣ୍ଟିଜେନ ପରୀକ୍ଷା ଭିତରୁ ୧୬ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛି। ଘଟଣା ସଂପର୍କରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସ ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଜଣାଇବା ସହିତ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆଠଗହ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ୭ଦିନ ପାଇଁ ଖଣ୍ଡୁଆଳିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଗାଁ ଭିତରକୁ ଯେଭଳି କେହି ପ୍ରବେଶ ନକରିପାରିବେ ଓ ଗାଁର ଜନସାଧାରଣ ଗାଁ ବାହାରକୁ ଯାଇନପାରିବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ନିଆଯାଇଛି। ଆଠଗଡ ବ୍ଲକ ପକ୍ଷରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶଯୋଗ୍ୟ, ଗତ ୨ଦିନ ତଳେ ଖଣ୍ଡୁଆଳି ଗ୍ରାମରେ ୨ଜଣଙ୍କ ପଜିଟିଭ ବାହାରିଥିଲା। ତେଣୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କି ୧୬ଜଣ କରୋନା ପଜିଟୀଭ ଚିହ୍ନଟ ହୋଇଛି। ଆଜିର ଏହି ଶିବିରରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ଦିଲ୍ଲିପ ଦାସଙ୍କ ସହିତ ଡାକତ୍ର ଦେବୀ ପ୍ରସାଦ ଗିରି ଓ ସ୍ୱାସ୍ଥ୍ୟବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ସ୍ୱାବ ସଂଗ୍ରହ କରିଥିଲେ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories